ତିନି ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସଂସଦ ଭବନରେ ବିଜେଡି ସାଂସଦଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ସଂସଦ ଭବନରେ ବିଜେଡି ସାଂସଦଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

0

ନୂଆଦିଲ୍ଲୀ, ୨୯।୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନି ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ସେ ମଙ୍ଗଳବାର ମଧ୍ୟାହ୍ନ ସାଢ଼େ ୧୨ରେ ସଂସଦରେ ପ୍ରବେଶ କରି ସଂସଦର ବିଜେଡି କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ସେ ବିଜେଡିର ଲୋକସଭା ଓ ରାଜ୍ୟସଭା ସଦସ୍ୟଙ୍କୁ ଭେଟି ୧୦ ମିନିଟ୍ ଧରି ରାଜ୍ୟର ବିଭିନ୍ନ ସ୍ଵାର୍ଥ ସଂପର୍କିତ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।

ବିଜେଡି ସାଂସଦଙ୍କ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସେଣ୍ଟ୍ରାଲ୍ ହଲକୁ ଯାଇଥିଲେ। ସେଠାରେ ସେ ବିଜେପି ସାଂସଦ ରବିଶଙ୍କର ପ୍ରସାଦ, କଂଗ୍ରେସ ସାଂସଦ ଆନନ୍ଦ ଶର୍ମା, ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା, ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ସାଂସଦ ପ୍ରଫେସର ସୌଗତ ରାୟ, ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସାଂସଦ ପ୍ରଫେସର ମନୋଜ ଝା, ଏନସିପିର ସାଂସଦ ସୁପ୍ରିୟା ସୁଲେଙ୍କ ସମେତ ବିଭିନ୍ନ ଦଳର ସାଂସଦଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ।

 ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ରାଷ୍ଟ୍ରପତି ନିର୍ବାଚନ ନେଇ ଏଯାଏଁ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ସରକାର କିମ୍ବା ବିରୋଧୀ ଦଳ କେହି ଏନେଇ ବିଜେଡି ସହ ଆଲୋଚନା କରିନାହାନ୍ତି ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ କିମ୍ବା ଗୃହମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ନାହିଁ ସଂସଦ ଭବନରେ ପହଞ୍ଚିବା ପରେ ବିଜୁ ଜନତା ଦଳର ସାଂସଦମାନେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ସୂଚନାଯୋଗ୍ୟଗତକାଲି ନବୀନ ଦିଲ୍ଲୀରେ ପହଞ୍ଚିବା ପରେ ତାଜ ହୋଟେଲରେ ବିବିସି କ୍ରୀଡ଼ା ସମ୍ମାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭାରତୀୟ ମହିଳା ହକି ଦଳକୁ ସମ୍ବର୍ଦ୍ଧିତ କରିଥିଲେ ।

Leave A Reply

Your email address will not be published.