୧୦ ସରପଞ୍ଚଙ୍କୁ ସମ୍ବର୍ଦ୍ଧିତ କରିବେ ସରକାର

0

ଭୁବନେଶ୍ବର,୧୯/୨ : ୨୦୨୦-୨୧ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ଅଧିକ କାର୍ଯ୍ୟଦିବସ ଓ ସ୍ଥାବର ସମ୍ପତ୍ତି ସୃଷ୍ଟି କରି ସଫଳତା ହାସଲ କରିଥିବା ୧୦ ଜଣ ସରପଞ୍ଚକୁ ସରକାର ସମ୍ବର୍ଦ୍ଧିତ କରିବେ। ଏହା ସହ ପ୍ରତ୍ୟେକ ଜିଲ୍ଲାରେ ମନରେଗା ଯୋଜନା ମାଧ୍ୟମରେ ବହୁ ସଂଖ୍ୟାରେ କାର୍ଯ୍ୟଦିବସ ଓ ସ୍ଥାବର ସମ୍ପତ୍ତି ସୃଷ୍ଟି କରିବା‌େର ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଜଣେ ଲେଖାଏ ସରପଞ୍ଚଙ୍କୁ ସମ୍ବର୍ଦ୍ଧିତ କରାଯିବ। ଆଜି ସରକାରଙ୍କ ପକ୍ଷରୁ ଜାରି ଏକ ପ୍ରେସ୍ ବିବୃତିରେ ଏହି ସୂଚନା ଦିଆଯାଇଛି।

କୋଭିଡ୍‌ ସମୟରେ ରାଜ୍ୟ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା କୋଭିଡ୍‌ ସଂକ୍ରମଣ ନିୟନ୍ତ୍ରଣ ସମ୍ପର୍କିତ ନିୟମାବଳୀଗୁଡ଼ିକୁ ଗ୍ରାମ ପଞ୍ଚାୟତ ସ୍ତରରେ କାର୍ଯ୍ୟକାରୀ କରିବା ନିମନ୍ତେ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରାଯାଇଥିଲା। ଏହି ଅପ୍ରତ୍ୟାଶିତ ସଙ୍କଟ ସମୟରେ ସରପଞ୍ଚମାନଙ୍କ ନେତୃତ୍ବରେ ଗ୍ରାମପଞ୍ଚାୟତକୁ ଫେରିଥିବା ପ୍ରବାସୀମାନଙ୍କୁ ଅସ୍ଥାୟୀ ଚିକିତ୍ସା ଶିବିରରେ ଏବଂ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସଙ୍ଗରୋଧରେ ରଖିବା ବ୍ୟବସ୍ଥା କରିବା ବାସ୍ତବିକ ଅଭିନନ୍ଦନୀୟ। ମନରେଗା ଯୋଜନା ମାଧ୍ୟମରେ ପ୍ରବାସୀ ଶ୍ରମିକଙ୍କ ସମେତ ଅନ୍ୟ ସମସ୍ତ ଇଚ୍ଛୁକ ଲୋକଙ୍କୁ କାମ ଯୋଗାଇ ଦେବାରେ ଗ୍ରାମପଞ୍ଚାୟତଗୁଡ଼ିକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ପଞ୍ଚାୟତିରାଜ ଅନୁଷ୍ଠାନର ସମସ୍ତ ପ୍ରତିନିଧି ଓ ବିଶେଷ କରି ସରପଞ୍ଚ ଓ ଅନ୍ୟ କ୍ଷେତ୍ର କର୍ମଚାରୀଙ୍କ ସମ୍ମିଳିତ ଉଦ୍ୟମ ଫଳରେ ମନରେଗା ଯୋଜନାରେ ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ମୋଟ୍‌ ୧୮.୫୩ କୋଟି କାର୍ଯ୍ୟଦିବସ ସୃଷ୍ଟି କରିପାରିଛି। ଚଳିତ ଆର୍ଥିକ ବର୍ଷ ‌େଶଷ ସୁଦ୍ଧା ୨୦ କୋଟି ଶ୍ରମଦିବସ ସୃଷ୍ଟି କରିବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.