ରଥ ଖଳାରେ ପୁଣି କରୋନା ଆତଙ୍କ, ଆଜି ୧୦ ସେବାୟତ ପିଜିଟିଭ

ପୁରୀ ୨୧।୫: କୋଭିଡ୍‌ ମାର୍ଗଦର୍ଶିକା ଅବଲମ୍ବନରେ ବଡ଼ଦାଣ୍ଡ ରଥଖଳାରେ ଚାଲିଛି ଶ୍ରୀଜିଉଙ୍କ ତିନି ରଥର ନିର୍ମାଣ କାମ। ଅକ୍ଷୟ ତୃତୀୟାରୁ ତିନି ରଥର ତୁମ୍ବରେ ବିନ୍ଧା ଚାଲିଛି କିନ୍ତୁ ଏହି ସମୟ ମଧ୍ୟରେ ମହାପ୍ରଭୁଙ୍କ ରଥ ନିର୍ମାଣରେ ସାମିଲ ହୋଇଥିବା ଆଉ ୧୦ ପଜିଟିଭ ସେବାୟତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗୁରୁବାର ଦିନ ରଥଖଳାରୁ ୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ମୋଟ ୧୮ ଜଣ ପଜିଟିଭ ଚିହ୍ନଟ ହୋଇଥିବା ନେଇ ଜିଲ୍ଲାପାଳଙ୍କ ସୂଚନା ଦେଇଛନ୍ତି। ୧୮ ମଧ୍ୟରୁ ୧୨ ଜଣ ମହାରଣା ଓ ୬ ଜଣ ଭୋଇ ସେବାୟତ ସଂକ୍ରମିତ ହୋଇଥିବା ଜଣାପଡିଛି।

Comments are closed.