ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କର ଜ୍ୟେଷ୍ଠ ପୁତ୍ରଙ୍କ ଦେହାନ୍ତ

ଭୁବନେଶ୍ୱର, ୨୦/୫(ଇମିସ): ବିଶିଷ୍ଟ ସ୍ଥପତି ତଥା ସାଂସଦ ପଦ୍ମବିଭୂଷଣ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ବଡ଼ ପୁଅ ଯଶୋବନ୍ତ ମହାପାତ୍ରଙ୍କର ଗୁରୁବାର ବିୟୋଗ ଘଟିଛି। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଥିବା ଯଶୋବନ୍ତ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ଗତକାଲି ସମ୍‌ କୋଭିଡ ହସ୍ପିଟାଲରେ ଭର୍ତି ହୋଇଥିଲେ। ତେବେ ସମ୍‌ କୋଭିଡ୍‌ର ଡାକ୍ତର ଓ ନର୍ସମାନଙ୍କର ସମସ୍ତ ପ୍ରଚେଷ୍ଟା ଓ ନିରବଛିନ୍ନ ଚିକିତ୍ସା ସତ୍ୱେ ତାଙ୍କର ଆଜି ଦିନ ୧ ଘଟିକାରେ ତାଙ୍କର ମୃତ୍ୟୁ  ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା। ଗତକାଲି  କୋଭିଡ୍‌ ଆକ୍ରାନ୍ତ ଥିବା ତାଙ୍କ ସାନ ଭାଇ ତଥା କ୍ରିକେଟର ପ୍ରଶାନ୍ତ ମହାପାତ୍ରଙ୍କର ଏମ୍ସରେ ମୃତ୍ୟୁ ଘଟିଥିବା ବେଳେ ୧୨ ଦିନ ତଳେ ବାପା ରଘୁନାଥ ମହାପାତ୍ର ମଧ୍ୟ କରୋନା ସଂକ୍ରମଣ ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି।

Comments are closed.