ମାଡ଼ି ଆସୁଛି ବାତ୍ୟା ‘ୟଶ୍’, ୨୫ରୁ ଓଡ଼ିଶା ଉପକୂଳରେ ବର୍ଷା

0

ଭୁବନେଶ୍ୱର, ୧୯/୫: ଆସୁଛି ଆଉ ଏକ ବାତ୍ୟା ‘ୟଶ୍‌’। ଆସନ୍ତା ୨୬ ତରିଖ ସଂଧ୍ୟା ଆଡ଼କୁ ଏହା ଓଡ଼ିଶା-ପଶ୍ଚିମବଙ୍ଗ ଦେଇ ଅତିକ୍ରମ କରିବ। ତେବେ ଏହି କେଉଁଠାରେ ସ୍ଥଳଭାଗ ଛୁଇଁବ ସେ ନେଇ ଏଯାଏଁ କୌଣସି ସୂଚନା ନାହିଁ। ଆରବ ସାଗରରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ବାତ୍ୟା ତାଉତେଗୁଜରାଟ, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକରେ ବ୍ୟାପକ କ୍ଷୟକ୍ଷତି କରିଛି ଏ କ୍ଷୟକ୍ଷତି ଆକଳନ ଆରମ୍ଭ ହୋଇନଥିବା ବେଳେ ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ଦାନା ବାନ୍ଧିଲାଣି ପ୍ରାକ୍‌ ଆକଳନ ଅନୁଯାୟୀ ସମ୍ଭାବ୍ୟ ବାତ୍ୟା ଓଡ଼ିଶା-ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ମୁହାଁଇପାରେ। ଆସନ୍ତା ୨୬ରେ ଉପକୂଳରେ ମାଡ଼ ହେବ ବାତ୍ୟା ୟଶଏଣୁ ଆସନ୍ତା ୨୩ ତାରିଖରୁ ସମୁଦ୍ର ଭିତରକୁ ମତ୍ସଜୀବୀଙ୍କୁ ନ ଯିବା ପାଇଁ ପରାମର୍ଶ ଦେଲା ପାଣିପାଗ ବିଭାଗ।

ସୂଚନା ମୁତାବିକ, ୨୨ରେ ବଙ୍ଗୋପସାଗର ଲଘୁଚାପ ସମ୍ଭାବନା ରହିଛିଏହାର ୭୨ ଘଣ୍ଟା ମଧ୍ୟରେ ଏହା ଅଧିକନୀଭୂତ ହୋଇ ବାତ୍ୟାର ରୂପ ନେବ। ଏହାର ପ୍ରଭାବ ଓଡ଼ିଶା, ପଶ୍ଚିମବଙ୍ଗ ଉପରେ ପଡ଼ିପାରେ। ୨୫ରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହୋଇପାରେ। ଏନେଇ ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

Leave A Reply

Your email address will not be published.