ଖୁବଶୀଘ୍ର ନିଯୁକ୍ତି ପାଇବେ ୧୧୪୦୩ ହାଇସ୍କୁଲ ଶିକ୍ଷକ: ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ, ୨୧।୭: ଶିକ୍ଷକ ନିଯୁକ୍ତି ନେଇ ଗତ ମେ ମାସରେ ପ୍ରକାଶ ପାଇଥିବା ସରକାରୀ ବିଜ୍ଞପ୍ତି ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଥିଲେ ପୂର୍ବ ରହିତାଦେଶକୁ  ହାଇକୋର୍ଟ ହଟାଇ ନେଇଛନ୍ତି ଶିକ୍ଷକ ନିଯୁକ୍ତି ନେଇ ଯେଉଁ ଆଇନଗତ ପ୍ରତିବନ୍ଧକ ଥିଲା, ତାହା ହଟିଛି ନିଯୁକ୍ତି ସମ୍ପର୍କିତ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ଏକାଧିକ ମାମଲାକୁ ଖାରଜ କରିଛନ୍ତି ହାଇକୋର୍ଟ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇନଥିବା ହାଇକୋର୍ଟ ତାଙ୍କ ରାୟରେ ଦର୍ଶାଇଛନ୍ତି ଫଳରେ ୧୧,୪୦୩  ଶିକ୍ଷକ ନିଯୁକ୍ତି ପାଇଁ ବାଟ ଖୋଲିଛି।  ଖୁବଶୀଘ୍ର ନିଯୁକ୍ତି ପାଇବେ ୧୦ ହଜାରରୁ ଊର୍ଦ୍ଧ୍ବ ହାଇସ୍କୁଲ ଶିକ୍ଷକ

 ଗତବର୍ଷ ଡ଼ିସେମ୍ବର ମାସରେ ଠିକାଭିତ୍ତିକ ଶିକ୍ଷକ ନିଯୁକ୍ତି ପାଇଁ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା କିନ୍ତୁ ସ୍ଥାନ ସଂରକ୍ଷଣକୁ ନେଇ ତ୍ରୁଟି ରହିଥିବାର ଅଭିଯୋଗ ହୋଇଥିଲା  ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଣି ହାଇକୋର୍ଟରେ ଏକାଧିକ ମାମଲା ଦାୟର ହୋଇଥିଲା ଯାହା ଉପରେ ଶୁଣାଣୀ କରି ଗତ ମେ ମାସରେ ଶିକ୍ଷକ ନିଯୁକ୍ତି ଉପରେ ରହିତାଦେଶ ଜାରି କରିଥିଲେ ହାଇକୋର୍ଟ ତେବେ ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ହାଇକୋର୍ଟ ନିଜ ରାୟରେ ଏହା ଉଲ୍ଲେଖ କହିଛନ୍ତି ଯେ, ସ୍ଥାନ ସଂରକ୍ଷଣ କିମ୍ବା ନିଯୁକ୍ତି ପ୍ରକ୍ରିୟାରେ କୌଣସି ତ୍ରୁଟି  ହୋଇନାହିଁ, ତେଣୁ ଶିକ୍ଷକ ନିଯୁକ୍ତିକୁ ନେଇ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ସମସ୍ତ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି

Comments are closed.