ଆଉ ନାହାନ୍ତି ଟେଲି ଅଭିନେତ୍ରୀ ରାଜେଶ୍ବରୀ ରାୟ

0

ଭୁବନେଶ୍ଵର, ୨୧/୦୭: ଆରପାରିରେ ଟେଲି ଅଭିନେତ୍ରୀ ରାଜେଶ୍ଵରୀ ରାୟ। ଚିକିତ୍ସାଧୀନ ଅବସ୍ଥାରେ ରାତି ୨ଟା ୨୫ରେ ତାଙ୍କର ବିୟୋଗ ହୋଇଥିବା ସୂଚନା ମିଳିଛି। ସେ କ୍ୟାନସରରେ ପୀଡ଼ିତ ଥିଲେ। ବୁଧବାର ବିଳମ୍ବିତ ରାତିରେ ତାଙ୍କୁ ମେଡିକାଲେର ଭର୍ତ୍ତି କରାଯାଇଥିଲା। ସୂଚନା ଅନୁଯାୟୀ, ଟେଲି ଅଭିନେତ୍ରୀ ରାଜେଶ୍ଵରୀ ରାୟ ବ୍ରେନ୍ ଓ ଲଂଗ୍ସ କ୍ୟାନସରରେ ପୀଡିତ ଥିଲେ। ସେ କ୍ୟାନସରରୁ ମଧ୍ୟ ଭଲ ହୋଇଯାଇଥିଲେ। ହେଲେ ହଠାତ୍ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ଟେଲି ଧାରାବାହିକରେ ଖଳନାୟିକା ଭୂମିକାରେ ଅଭିନୟ କରି ସେ ଘର ଘରେ ପରିଚିତ ହୋଇ ପାରିଥିଲେ। ସେ ଅନେକ ଓଡିଆ ସିରିଏଲ ଓ ସିନେମାରେ ଅଭିନୟ କରିଛନ୍ତି। ବସୁନ୍ଧରା, ଦେବୀ, ଉଆଁଶି କନ୍ୟା, ତୋ ପାଇଁ ମୁଁ ଭଳି ଅନେକ ଲୋକପ୍ରିୟ ଓଡ଼ିଆ ସିରିଏଲରେ ଅଭିନୟ କରିଛନ୍ତି । ତାଙ୍କର ପରଲୋକରେ ଟେଲି ଇଣ୍ଡଷ୍ଟ୍ରୀରେ ଗଭୀର ଶୋକର ଛାୟା ଖେଳିଯାଇଛି। ବହୁ ଅଭିନେତା ଓ ଅଭିନେତ୍ରୀ ଶୋକ ପ୍ରକାଶ କରିଛନ୍ତି।

ବାଲେଶ୍ୱରରେ ଜନ୍ମିତ ରାଜେଶ୍ୱରୀ ପ୍ରଥମେ ଆଙ୍କରିଂ କ୍ୟାରିୟର ଆରମ୍ଭ କରିଥିଲେ। ପରେ ତାଙ୍କୁ ଗ୍ଲାମର ଦୁନିଆକୁ ପ୍ରବେଶ କରିବାକୁ ସୁଯୋଗ ମିଳିଥିଲା ସେ ଲେଡି ଭିଲେନ୍‌ ଭାବେ ସେ ଧାରାବାହିକରେ ହିଁ ବିଶେଷ ଲୋକପ୍ରିୟତା ହାସଲ କରିଥିଲେ । ରାଜେଶ୍ୱରୀଙ୍କୁ କିଛି ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ। ତାଙ୍କ ପ୍ରଥମ ସିନୋମା ହେଉଛି ସତ୍ୟମେବ ଜୟତେ। ତାପରେ ସେ ଆରେ ସାଥୀ ଆ’, ‘ବ୍ଲାକ୍‌ମେଲ୍‌ଭଳି ଫିଲ୍ମରେ ନଜର ଆସିଥିଲେ । ତାଙ୍କର ଉଲ୍ଲେଖନୀୟ ଧାରାବାହିକଗୁଡ଼ିକ ଭିତରେ ରହିଛି ବସୁନ୍ଧରା’, ‘ସଂସ୍କାର’, ‘ସ୍ୱାଭିମାନ’, ‘ଦେବୀ’, ‘କୁମ୍‌କୁମ୍‌। ୨୦୧୯ରେ ରାଜେଶ୍ୱରୀ ମସ୍ତିଷ୍କ ଓ ଫୁସ୍‌ଫୁସ୍‌ କ୍ୟାନ୍‌ସରରେ ପୀଡ଼ିତ ଥିବା ନେଇ ଫେସ୍‌ବୁକ୍‌ ଆକାଉଣ୍ଟରେ ପୋଷ୍ଟ କରି ଜଣାଇଥିଲେ । ସେତେବେଳେକୁ ସେ କ୍ୟାନ୍‌ସରର ଚତୁର୍ଥ ଷ୍ଟେଜ୍‌ରେ ଥିଲେ।

Leave A Reply

Your email address will not be published.