ଝାଡ଼ାବାନ୍ତିରେ ମଲେଣି ୧୩: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

0

ଭୁବନେଶ୍ବର, ୨୯।୭:  ଟିଳ ହେଉଛି କାଶୀପୁରରେ ଝାଡ଼ାବାନ୍ତି ସମସ୍ୟା। ବର୍ତ୍ତମାନ ଯାଏ ଝାଡ଼ାବାନ୍ତିରେ ୧୩ଜଣଙ୍କର ଜୀବନ ଯାଇଛି। ଏହି ଭିତରେ ଝାଡ଼ାବାନ୍ତି ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ରସେ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ଝାଡ଼ାବାନ୍ତି ସ୍ଥିର ରହିଛି। ଏବେ ୬ଟି ଜିଲ୍ଲାରେ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି ଏହି ଜିଲ୍ଲାଗୁଡ଼ିକରେ ମୋଟ ୩୮୨ ଜଣ  ଏଥିରେ ଆକ୍ରାନ୍ତ ହୋଇଛନ୍ତି ଏହାବ୍ୟତୀତ ଝାଡ଼ାବାନ୍ତିରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି ରାୟଗଡ଼ା ଜିଲ୍ଲାରୁ ୯ ଜଣ, ଗଜପତିରୁ ଜଣେ, ନବରଙ୍ଗପୁର ଜଣେ, ନୂଆପଡ଼ା ଜଣେ, କୋରାପୁଟ ଜିଲ୍ଲା ଦଶମନ୍ତପୁର ଅଞ୍ଚଳରୁ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଡାକ୍ତର ମହାପାତ୍ର ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି, ସବୁ ସ୍ଥାନରେ ଝାଡ଼ାବାନ୍ତିକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି ଆଉ ଏଥିପାଇଁ ଭିନ୍ନ ଭିନ୍ନ ବିଭାଗ କାର୍ଯ୍ୟ କରୁଛନ୍ତି ପିଇବା ପାଣିକୁ ବିଶୋଧନ କରି ପିଇବା ପାଇଁ ସମସ୍ତଙ୍କୁ ସଚେତନ କରାଯାଉଛି ଲୋକମାନେ ଖୋଲାରେ ଥିବା ଜଳ ଉତ୍ସକୁ ବ୍ୟବହାର କରନ୍ତୁ ନାହିଁ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି

Leave A Reply

Your email address will not be published.