କ୍ୟାବିନେଟ୍‌ ସଂପ୍ରସାରଣ ପୂର୍ବରୁ ୧୪ ମନ୍ତ୍ରୀଙ୍କ ଇସ୍ତଫା

ନୂଆଦିଲ୍ଲୀ, ୭।୭: ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ ସଂପ୍ରସାରିତ ହେବାକୁ ଯାଉଥିବା ବେଳେ ଏହାପୂର୍ବରୁ ୧୪ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ଓ ପ୍ରକାଶ ଜାଭଡେକର ମଧ୍ୟ ମନ୍ତ୍ରୀ ପରିଷଦରୁ ଇସ୍ତଫା ଦେଇଛନ୍ତି। ଏହା ବ୍ୟତୀତ ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ, ଶ୍ରମ ଓ ରୋଜଗାର ମନ୍ତ୍ରୀ ସାନ୍ତୋଷ କୁମାର ଗାଙ୍ଗୱାର, ରସାୟନିକ ଓ ସାର ମନ୍ତ୍ରୀ ଡି.ଭି ସଦାନନ୍ଦ ଗୌଡ଼ା, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଅଶ୍ୱିନୀ ଚୌବେ, ମହିଳା ଓ ମନ୍ତ୍ରୀ ଶିଶୁ ବିକାଶ ଦେବଶ୍ରୀ ଚୌଧୁରୀ, ରାଜ୍ୟ ଶିକ୍ଷା ମନ୍ତ୍ରୀ ସଞ୍ଜୟ ଧୋଟ୍ରେ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏଥିରେ ସାମିଲ ହୋଇଛନ୍ତି। ଏହା ବ୍ୟତୀତ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବାବୁଲ ସୁପ୍ରିଓ, ସାମାଜିକ ନ୍ୟାୟ ତଥା ସଶକ୍ତିକରଣ ମନ୍ତ୍ରୀ ରତନଲାଲ କାଟାରିଆ ଏବଂ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାଓ ସାହେବ ଦାନଭେ ଏଥିରେ ସାମିଲ ହୋଇଛନ୍ତି । ଏହାପୂର୍ବରୁ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଥାୱରଚାନ୍ଦ ଗେହଲୋଟ୍ କର୍ଣ୍ଣାଟକର ରାଜ୍ୟପାଳ ହେବା ଘୋଷଣା ପରେ ଇସ୍ତଫା ଦେଇଛନ୍ତି। ଅନ୍ୟପଟେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣର ସମ୍ପୂର୍ଣ୍ଣ ବ୍ଲୁ ପ୍ରିଣ୍ଟ ଏବେ ସାମ୍ନାକୁ ଆସିଛି। ଏହା ଅଧୀନରେ ୪୩ ଜଣ ମନ୍ତ୍ରୀ ସନ୍ଧ୍ୟା ୬ ଟାରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି।

 

Comments are closed.