ଆସନ୍ତାକାଲି ଅଫ୍‌ଲାଇନ୍‌ ମାଟ୍ରିକ୍‌ ପରୀକ୍ଷା ଦେବେ ୧୫,୧୧୫ ଛାତ୍ରଛାତ୍ରୀ

0

କଟକ,୨୯୭: ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ୍‌ ଅଫ୍‌ଲାଇନ୍‌ ପରୀକ୍ଷା ଜୁଲାଇ ୩୦ରୁ ଅଗଷ୍ଟ ୫ ଯାଏ ଚାଲିବ ଏହି ପରୀକ୍ଷା। ଷ୍ଟେଟ ଓପନ୍‌ ସ୍କୁଲ୍‌, କରେସ୍‌ପଣ୍ଡେଣ୍ଟ୍‌ ମଧ୍ୟମା ଅଫ୍‌ଲାଇନ୍‌ ପରୀକ୍ଷା ଲାଗି ସେଣ୍ଟର୍‌ଗୁଡ଼ିକରେ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ପାଳନ କରାଯିବ ଶୁକ୍ରବାର ଦିନ ମୋଟ୍ ୬ ହଜାର ୫ ଶହ ୯୭ ପରୀକ୍ଷାର୍ଥୀ ଏହି ରେଗୁଲାର ପରୀକ୍ଷା ଦେବେ ବୋଲି ସୂଚନା ମିଳିଛି। ମଧ୍ୟମା ଓପନ୍ ସ୍କୁଲକୁ ମିଶାଇ ୧୫ ହଜାର ୧୧୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ମାଟ୍ରିକ୍ ପରୀକ୍ଷା ପାଇଁ ବୋର୍ଡ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପରୀକ୍ଷା ପାଇଁ ସ୍ବତନ୍ତ୍ର କୋଭିଡ୍ ସ୍କ୍ଵାଡ୍ ଗଠନ ହୋଇଥିବା ସୂଚନା ଦେଇଛନ୍ତି ବୋର୍ଡ ସଭାପତି

ସେହିକ୍ରମରେ ୫୦୪ଟି ଯାକ ସେଣ୍ଟରରେ ନିୟୋଜିତ ହେବାକୁ ଥିବା ନିରୀକ୍ଷକ ବା ଇନ୍‌ଭିଜିଲେଟର୍‌ମାନଙ୍କ କୋଭିଡ୍‌ ଟେଷ୍ଟ ବାଧ୍ୟତାମୂଳକ ରଖାଯାଇଛି କୋଭିଡ୍‌ ଟେଷ୍ଟ ପରେ ନେଗେଟିଭ୍‌ ରିପୋର୍ଟ ଥିବା ଶିକ୍ଷକମାନେ ହିଁ କେନ୍ଦ୍ରଗୁଡ଼ିକରେ ନିରୀକ୍ଷକ ଦାୟିତ୍ୱରେ ରହିପାରିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସୂଚନା ଦିଆଯାଇଛିଥଣ୍ଡା, ଛିଙ୍କ ଜ୍ୱର ଆଦି ଲକ୍ଷଣ ଥିବା ପରୀକ୍ଷାର୍ଥୀଙ୍କୁ ଅନ୍ୟ ପରୀକ୍ଷାର୍ଥୀମାନଙ୍କଠାରୁ ଦୂରେଇ ରଖି ପରୀକ୍ଷା ଦେବା ଲାଗି ପ୍ରତି ‌ପରୀକ୍ଷା କେନ୍ଦ୍ରରେ ସଙ୍ଗରୋଧ କେନ୍ଦ୍ର ରଖିବା ଲାଗି ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ରଗୁଡ଼ିକରେ ପରୀକ୍ଷାର୍ଥୀମାନେ ପ୍ରବେଶ କରିବା ପୂର୍ବରୁ ଗେଟ୍‌ରେ ଥର୍ମାଲ୍‌ ସ୍କ୍ରିନିଂ କରିବା ସହ ହାତ ସାନିଟାଇଜ୍‌କୁ ଗୁରୁତ୍ୱ ଦିଆଯାଇଛି ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି

ସୂଚନାଯୋଗ୍ୟ, ବୋର୍ଡ ପକ୍ଷରୁ ସମସ୍ତ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର, ଓଏମ୍‌ଆର୍‌ ସିଟ୍‌ ଓ ପରୀକ୍ଷା ସମ୍ପର୍କିତ ଅନ୍ୟ ସମସ୍ତ କାଗଜପତ୍ର ପହଞ୍ଚି ସାରିଛି ପ୍ରଶ୍ନପତ୍ର ସୁରକ୍ଷା ଲାଗି କେନ୍ଦ୍ରଗୁଡ଼ିକରେ ପୁଲିସ୍‌ କର୍ମଚାରୀଙ୍କୁ ସିଫ୍ଟ ଅନୁସାରେ ମୁତୟନ ସହ କର୍ମଚାରୀଙ୍କୁ ସୁରକ୍ଷାରେ ନିୟୋଜିତ କରିବା ଲାଗି ଶିକ୍ଷାଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି

ଉଲ୍ଳେଖଯୋଗ୍ୟ, ମାଟ୍ରିକ୍‌ ଅଫ୍‌ଲାଇନ୍‌ ପରୀକ୍ଷା ଦେବାକୁ ୧୫,୧୧୫ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତିଶୁକ୍ରବାରଠୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ପରୀକ୍ଷା ସରିବା ପରେ ୧୦ରୁ ୧୫ ଦିନ ଭିତରେ ଖାତା ମୂଲ୍ୟାୟନ କରାଯିବ ଅଗଷ୍ଟ ୨୨ ସୁଦ୍ଧା ଫଳ ପ୍ରକାଶ ପାଇବ ମୂଲ୍ୟାୟନ କେନ୍ଦ୍ରକୁ ସାନିଟାଇଜ କରାଯିବକେନ୍ଦ୍ରରେ ଥିବା ସମସ୍ତ କର୍ମଚାରୀଙ୍କ ଥର୍ମାଲ୍‌ ସ୍କ୍ରିନିଂ, ହ୍ୟାଣ୍ଡ ସାନିଟାଇଜ୍‌ ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ

 

Leave A Reply

Your email address will not be published.