ପ୍ରକାଶ ପାଇଲା +୨ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ

ବିଜ୍ଞାନରେ ପାସ୍‌ ହାର ୯୫.୧୫% ଓ ବାଣିଜ୍ୟରେ ୯୪%

0

ଭୁବନେଶ୍ୱର, ୩୧।୭: ଉଭୟ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାର ଫଳାଫଳ ଆଜି ପ୍ରକାଶ ପାଇଛି । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଶନିବାର ସନ୍ଧ୍ୟାରେ ଏହି ଫଳାଫଳ ଘୋଷଣା କରାଯାଇଛି । ଶିକ୍ଷାବର୍ଷ ୨୦୨୦-୨୧ରେ ବିଜ୍ଞାନ ବିଷୟରେ ୯୪ ହଜାର ୫୩୨ ଜଣଙ୍କ ମଧ୍ୟରୁ ୯୫.୧୫ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଏଥିରେ ପ୍ରଥମ ଶ୍ରେଣୀରେ ୫୫ ହଜାର ୪୬୮ ଜଣ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି ସେହିଭଳି ବାଣିଜ୍ୟ ବିଷୟରେ ୨୪ ହଜାର ୫୨୬ ଜଣ ପିଲାଙ୍କ ମଧ୍ୟରୁ ୯୪ ପ୍ରତିଶତ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ ୱେବ୍‌ସାଇଟ www.orissaresults.nic.inରେ ପ୍ରକାଶିତ ହୋଇସାରିଛି ପିଲାମାନେ ନିଜ ନିଜର ରେଜଲ୍ଟ ଏହି ୱେବସାଇଟ ଜରିଆରେ ଦେଖିପାରିବେସୂଚନାଯୋଗ୍ୟ, ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ବିଷୟରେ ବାର୍ଷିକ ପରୀକ୍ଷା ହୋଇପାରି ନଥିଲା ବିକଳ୍ପ ମାଧ୍ୟମରେ ଫଳାଫଳ ବାହାର କରାଯାଇଥିବାରୁ ରେଜଲ୍ଟ ପ୍ରକାଶନ ବିଳମ୍ବ ହୋଇଛି 

Leave A Reply

Your email address will not be published.