ବଢ଼ିଲା ଅନ୍‌ଲକ୍‌ ସମୟସୀମା, ଅଗଷ୍ଟ ୩୧ ଯାଏ ଜାରି ରହିବ

କେବଳ ଭୁବନେଶ୍ବର, କଟକ ଓ ପୁରୀରେ ଲାଗୁ ହେବ ସପ୍ତାହନ୍ତ ସଟ୍‌ଡାଉନ୍

0

ଭୁବନେଶ୍ୱର, ୩୧।୭: ଅଗଷ୍ଟ ମାସ ପାଇଁ କରୋନା ଗାଇଡ୍‌ଲାଇନ୍‌ ଆଜି ଘୋଷଣା କରାଯାଇଛି। ଆଜି ଅପରାହ୍ନରେ ଅନ୍‌ଲକ୍‌ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ସ୍ବତନ୍ତ୍ର ରିଲିଫ କମିନର ରାଜ୍ୟର ୨୭ ଜିଲ୍ଲାରେ କରୋନା ସଂକ୍ରମଣ ହାର ନଗନ୍ୟ ରହିଛି। ପୁରୀ, କଟକ ଭୁବନେଶ୍ବରରେ ସପ୍ତାହନ୍ତ ସଟ୍‌ଡାଉନ୍‌ ବଳବତ୍ତର ରହିବ। ଏବେ ରାତି ୮ ଟାରୁ ସକାଳ ୬ଟା ଯା ନାଇଟ୍‌ କର୍ଫ୍ୟୁ ଜାରି ରହିବ କୋଭିଡ ଗାଇଡଲାଇନ୍ ସହିତ ମଲ, ପାର୍କ ସିନେମା ହଲ ଖୋଲିବ

ଏଥିସହ ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିପାରିବ ବୋଲଇ ଏସ୍‌ଆର୍‌ସି କହିଛନ୍ତି। ତେବେ ମନ୍ଦିର ଖୋଲିବ କି ନାହିଁ ସେ ନିଷ୍ପତ୍ତି ପରିଚାଳନା କମିଟି ନେଇପାରିବେ  ଏଥିସହ ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନେବେ ଶ୍ରୀମନ୍ଦିର ପରିଚାଳନା କମିଟି। ରାତି ୮ଟା ଯାଏଁ ଖୋଲା ରହିବ ଦୋକାନ ବଜାର । ୫୦ ପ୍ରତିଶତ ସିଟ୍‌ରେ ଖୋଲିବ ଢାବା ରେଷ୍ଟୁରାଣ୍ଟ୍‌। ରାଜ୍ୟରେ ଖୋଲା ରହିବ ସାପ୍ତାହିକ ହାଟ।  ଯାତ୍ରା ହେବକି ନାହିଁ ଏହାର ନିଷ୍ପତ୍ତି ନେବେ ସ୍ଥାନୀୟ ପ୍ରଶାସନ ରାଜ୍ୟରେ ୫୦ ପ୍ରତିଶତ ଦର୍ଶକରେ ଚାଲିବ ଯାତ୍ରା। ଧାର୍ମିକ, ସାମାଜିକ ଓ ରାଜନୈତିକ ସମାବେଶକୁ ଅନୁମତି ମିଳିବ ନାହିଁ ରାଜ୍ୟରେ ସମ୍ପୂର୍ଣ୍ଣ କ୍ଷମତାରେ ଚାଲିବ ବସ୍‌ମେଳା, ଭୋଜି ଓ ପ୍ରଦର୍ଶନୀକୁ ମନା ହୋଇଛି ନନ୍ଦନକାନନ ମଧ୍ୟ ଖୋଲିପାରିବ।

ଅଗଷ୍ଟ ଗାଇଡ୍‌ଲାଇନ ନେଇ ଏସ୍‌ଆର୍‌ସି ପ୍ରଦୀପ ଜେନାଙ୍କ ସୂଚନା:

*୨୭ ଜିଲ୍ଲାରେ ସଂକ୍ରମଣ ହାର ନଗନ୍ୟ

*କଟକ, ଭୁବନେଶ୍ବରରେ ସ୍ଥିତି ଏତେ ଉଦ୍‌ବେଗଜନକ ନୁହେଁ

*ସଂପୂର୍ଣ୍ଣ ଲକ୍‌ଡାଉନ୍‌ ଯୋଗୁଁ ଜୀବିକା ପ୍ରଭାବିତ ହେଉଛି

*ସଂଧ୍ୟା ୮ରୁ ସକାଳ ୬ ନାଇଟ୍‌ କର୍ଫ୍ୟୁ ଘୋଷଣା

*କଟକ, ଭୁବନେଶ୍ବର ଓ ପୁରୀରେ ରହିବ ସପ୍ତାହାନ୍ତ ସଟ୍‌ଡାଉନ୍‌

*ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ ବଜାର

*ରାଜ୍ୟରେ ଖୋଲିବ ମଲ୍‌, ସିନେମା ହଲ୍‌, ପାର୍କ

*୫୦% ସିଟ୍‌ରେ ଖୋଲାରହିବ ଥିଏଟର, ସିନେମା ହଲ୍‌

*ରାସ୍ତାକଡ଼ ଜଳଖିଆ ଦୋକାନରେ ବସି ଖାଇ ହେବ

*୫୦% ସିଟ୍‌ରେ ଖୋଲା ରହିବ ଢାବା, ରେଷ୍ଟୁରାଣ୍ଟ

*ଢାବା, ରେଷ୍ଟୁରାଣ୍ଟରେ ପାଳନ ହେବ କୋଭିଡ୍‌ ନିୟମ

* ଖୋଲିବ ନନ୍ଦନକାନନ, ଓ୍ବାର୍ଟର ପାର୍କ, ସୁଇମିଂ ପୁଲ୍‌

*ଖୋଲା ରହିବ ସାପ୍ତାହିକ ହାଟ

*ରାଜ୍ୟ ଭିତରେ ଫୁଲ୍‌ ସିଟ୍‌ରେ ଗଡ଼ିବ ବସ୍‌

*ମନ୍ଦିର ଖୋଲିବ କି ନାହିଁ ନିଷ୍ପତ୍ତି ନେବେ ସ୍ଥାନୀୟ ପ୍ରଶାସନ

*ରାଜ୍ୟରେ ଖୋଲିବ ସମସ୍ତ ପର୍ଯ୍ୟଟନସ୍ଥଳୀ, ମ୍ୟୁଜିୟମ

Leave A Reply

Your email address will not be published.