୫ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ

ରାଜନଗର, ୧/୮: ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତା ୫ ତାରିଖରୁ ଖୋଳିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କରୋନା ମହାମାରୀ ବ୍ୟାପିବା ପରେ ଦୀର୍ଘ ଦିନ ହେଲା ଭିତରକନିକା ଜାତୀୟ ଉଦ୍ୟାନକୁ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଥିଲା। ଅଗଷ୍ଟ ମାସ ପାଇଁ ନୂଆ ଗାଇଡଲାଇନ୍‌ ଆସିବା ପରେ ଭିତରକନିକା ଅଭୟାରଣ୍ୟ ଖୋଲିବାକୁ ନିଷ୍ପତ୍ତି ନେଇଛି ବନ ବିଭାଗ । କଟକଣା ସହିତ ଖୋଲିବ ଭିତରକନିକା ଅଭୟାରଣ୍ୟ ଏ ନେଇ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି

ଅଗଷ୍ଟ ୫ରେ ଭିତରକନିକା ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ଖୋଲିବା ସହ କଡ଼ାକଡ଼ି ଭାବେ କୋଭିଡ୍ ଗାଇଡଲାଇନ୍‌ ମଧ୍ୟ ପାଳନ ହେବପର୍ଯ୍ୟଟକଙ୍କୁ ଅଭୟାରଣ୍ୟ ମଧ୍ୟରେ ରାତ୍ରୀଯାପନ ପାଇଁ କରିପାରିବେନି ଡାଙ୍ଗମାଳ, ଖେଳା ଗୁପ୍ତି ଦେଇ ଭିତରକନିକା ପ୍ରବେଶ କରିବେ ପର୍ଯ୍ୟଟକ କେବଳ ଦିନରେ ହିଁ ଅଭୟାରଣ୍ୟ ବୁଲିପାରିବେ ସେଠାରେ କୌଣସି ହୋଟେଲ କିମ୍ବା ଲଜ୍‌ରେ ରାତ୍ରୀଯାପନ କରିପାରିବେ ନାହିଁ ପର୍ଯ୍ୟଟକ କୋଭିଡ ନିୟମ ଉଲ୍ଲଂଘନ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.