ଆସନ୍ତାକାଲିଠୁ ବିଜେପିର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ

ଭୁବନେଶ୍ୱର, ୨୦।୧:  ଆସନ୍ତା ୨୧ ଓ ୨୨ ତାରିଖରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ ବୋଲି ରାଜ୍ୟ ବିଜେପି ସାଧାରଣ ସଂପାଦକ ଗୋଲକ ମହାପାତ୍ର ସୂଚନ ଦେଇଛନ୍ତି। ସେ କହିଛନ୍ତି, ୨୧ ତାରିଖରେ ପାର୍ଟି କାର୍ଯ୍ୟାଳୟରେ  ଜିଲ୍ଳା ସଭାପତି, ଜିଲ୍ଳା ପ୍ରଭାରୀ ଏବଂ ରାଜ୍ୟ ପଦାଧୀକାରୀଙ୍କ ବୈଠକ ହେବ।  ୨୨ ତାରିଖରେ ଚନ୍ଦ୍ରଶେଖରପୁରରେ ଏକ ଘରୋଇ ହୋଟେଲରେ ରାଜ୍ୟକାରିଣୀ ସଦସ୍ୟଙ୍କ ବୈଠକ ଅନୁଷ୍ଠିତ ହେବ।

ଏଥିରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ୍ ବଂଶଲ, ସହ ପ୍ରଭାରୀ ପୁରନ୍ଦେଶ୍ଵରୀ ଏବଂ ୩ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ରହିବେ। ରାଜ୍ୟରେ ସାଂପ୍ରତିକ ରାଜନୈତିକ ପରିସ୍ଥିତି ସହ  ଜାତୀୟ କାର୍ଯ୍ୟକାରିଣୀରେ ପାରିତ ହୋଇଥିବା ନିଷ୍ପତ୍ତି ଉପରେ ବିସ୍ତୃତ ଆଲୋଚନା ହେବ ଏବଂ ରୋଡମ୍ୟାପ ପ୍ରସ୍ତୁତ କରିବ ଦଳ। ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଖଂଳା,  ବେକାରୀ ସମସ୍ୟା,  ଋଣଭାରରେ ବୁଡ଼ି ରହିଥିବା ରାଜ୍ୟ ସରକାର, ରାଜ୍ୟରେ ଆର୍ଥିକ ମାନ୍ଦାବସ୍ଥା, ମଣ୍ଡି ସମସ୍ୟା ଏବଂ ଆବାସରେ ଯୋଗ୍ୟ ହିତାଧୀକାରୀ ବାଦ୍ ପଡ଼ିବା ଏବଂ କେନ୍ଦ୍ର ତରଫରୁ ଦିଆଯାଉଥିବା ଚାଉଳ ମୁଖ୍ୟ ସମସ୍ୟା ସଂପର୍କରେ ଆଲୋଚନା ହେବ। ଏହି ପ୍ରସଙ୍ଗକୁ ନେଇ ଆଗାମୀ ଦିନରେ ଦଳ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଗୋଲକ ମହାପାତ୍ର କହିଛନ୍ତି।

Comments are closed.