ମାଲକାନଗିରି ଜିଲ୍ଲାରେ ଆରମ୍ଭ ହେଲା ‘ଦମନ’ କାର୍ଯ୍ୟକ୍ରମ , ୨୦୩୦ ସୁଦ୍ଧା ଜିଲ୍ଲାକୁ କରାଯିବ ମ୍ୟାଲେରିଆ ମୁକ୍ତ

ମାଲକାନଗିରି, ୨୦।୧: ମାଲକାନଗିରି ଜିଲ୍ଲାରେ ମଶାଙ୍କୁ ନିପାତ କରିବା ପାଇଁ ଆରମ୍ଭ ହୋଇଛି ପୁଣି ଦମନ କାର୍ଯ୍ୟକ୍ରମ। ସ୍ୱାଭିମାନ ଅଞ୍ଚଳ ସହିତ ଅନ୍ୟାନ୍ୟ ଦୁର୍ଗମ ଅଞ୍ଚଳ ଗୁଡିକରେ ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା ମଶା ନିପାତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏଥି ନିମନ୍ତେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଫୁଲ୍ଲ କୁମାର ନନ୍ଦଙ୍କ ଦ୍ଵାରା ଏକ ବୈଠକର ଆୟୋଜନ କରଯାଇଛି । ମ୍ୟାଲେରିଆକୁ କେମିତି ସହଜ ଓ ସରଳ ଉପାୟରେ ନିୟନ୍ତ୍ରଣ କରାଯାଇ ପାରିବ ସେଥିପାଇଁ ଏହି ବୈଠକରେ ଆଲୋଚନା କରଯାଇଥିଲା।

ମାଲକାନଗିରି ଜିଲ୍ଲା ବିଶେଷ ଭାବେ ମ୍ୟାଲେରିଆରେ ପ୍ରଭାବିତ ହୋଇଥିବା ବେଳେ ଏବେ ବି ଏହି ଜ୍ଵର ଜିଲ୍ଲାରେ କିଛି ସ୍ଥାନରେ ନିଜର କାୟା ବିସ୍ତାର କରିଛି। ପୂର୍ବ ତୁଳନାରେ ଏହା ଅନେକ ମାତ୍ରାରେ କମିଛି , କିନ୍ତୁ ଏହାକୁ କିପରି ସମୂଳେ ନାଶ କରାଯାଇ ପାରିବ ସେଥିପାଇଁ ଜିଲ୍ଲାର ଘରୋଇ ସ୍ଵାସ୍ଥ୍ୟ ସେବା ଉପରେ ସ୍ୱାସ୍ଥ୍ୟ ଅଧିକାରୀ ଆସ୍ଥା ପ୍ରକଟ କରି , ଅନେକ ଘରୋଇ ସ୍ଵାସ୍ଥ୍ୟ ସେବା ଯୋଗାଉ ଥିବା ବ୍ୟକ୍ତି ବିଶେଷଙ୍କୁ ଏହି ବୈଠକରେ ସାମିଲ କରାଇ ଆଲୋଚନା କରିଛନ୍ତି।

ଆଗାମୀ ୨୦୩୦ ସୁଦ୍ଧା ଆମ ଜିଲ୍ଲାକୁ ମ୍ୟାଲେରିଆ ଦାଉରୁ ମୁକ୍ତ କରାଯାଇ ପାରିବ ସେଥିପାଇଁ ଘରୋଇ ଲାବୋରଟୋରୀ ଓ କ୍ଲିନିକ ଗୁଡ଼ିକ ସହିତ ମ୍ୟାଲେରିଆ ଜ୍ଵର ବିଷୟରେ ଆଲୋକପାତ କରିଥିଲେ। ଉକ୍ତ ସଭାକୁ ଏଡିପିଏଚଓ ଡାକ୍ତର ଧନେଶ୍ୱର ମହାପାତ୍ର ପରିଚାଳନା କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସହରର ବିଭିନ୍ନ ଘରୋଇ କ୍ଲିନିକ ଓ ଲାବୋରଟୋରୀ ମାଲିକ ମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।

Comments are closed.