ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ: ରାଜ୍ୟର ୫୫୦୦ ଶାଖାରେ ସେବା ପ୍ରଭାବିତ

୩୦ ହଜାରରୁ ଅଧିକ କର୍ମଚାରୀ, ଅଧିକାରୀ ଅଂଶଗ୍ରହଣ କରିଛନ୍ତି

ଭୁବନେଶ୍ୱର,୧୫/: ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣକୁ ବିରୋଧ କରି ବ୍ୟାଙ୍କ କର୍ମଚାରୀ ଏବଂ ଅଫିସର୍ସ ସଂଘଗୁଡ଼ିକ ମାର୍ଚ୍ଚ ୧୫ ୧୬ ତାରିଖରେ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛନ୍ତି ସୋମବାର ମଙ୍ଗଳବାର ବ୍ୟାଙ୍କ ସେବା ପ୍ରଭାବିତ ହେବ। ବ୍ୟାଙ୍କ କର୍ମଚାରୀ ଏବଂ ଅଫିସର ସଂଘଗୁଡ଼ିକର ମିଳିତ ମଞ୍ଚ ୟୁନାଇଟେଡ୍ଫୋରମ୍ଅଫ୍ବ୍ୟାଙ୍କ ୟୁନିଅନ୍ସ(ୟୁଏଫ୍ବିୟୁ) ଏହି ଧର୍ମଘଟ ଡାକରା ଦେଇଛି ୟୁଏଫ୍ବିୟୁ ଅଧୀନରେ ଥିବା ସଂଘଗୁଡ଼ିକ ଧର୍ମଘଟରେ ସାମିଲ ହୋଇଛନ୍ତି ଉଭୟ ଦିନରେ ଶାଖାରେ ଜମା ଏବଂ ଉଠାଣ, ଚେକ୍କ୍ଲିୟରାନ୍ସ ଏବଂ ଋଣ ମଞ୍ଜୁରି ପ୍ରକ୍ରିୟା ଆଦି ପ୍ରଭାବିତ ହୋଇପାରେ ସାରା ଭାରତରେ ୧୦ ଲକ୍ଷରୁ ଊର୍ଧ୍ବ ବ୍ୟାଙ୍କ କର୍ମଚାରୀ ଏବଂ ଅଧିକାରୀ ଧର୍ମଘଟରେ ଅଂଶଗ୍ରହଣ କରିବେ

ରାଜ୍ୟରେ ୫୫୦୦ରୁ ଊର୍ଧ୍ବ ଶାଖାରେ ଧର୍ମଘଟର ପ୍ରଭାବ ପଡ଼ିବ ରାଜ୍ୟର ୩୦ ହଜାରରୁ ଅଧିକ ବ୍ୟାଙ୍କ କର୍ମଚାରୀ ଏବଂ ଅଧିକାରୀ ଏଥିରେ ସାମିଲ ହେବେ ଏହି ପରିପ୍ରେକ୍ଷୀରେ ୟୁଏଫ୍ବିୟୁ, ଓଡ଼ିଶା ଶାଖାର ଆବାହକ ରଘୁନାଥ ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସର୍ବଭାରତୀୟ ବ୍ୟାଙ୍କ ଅଫିସର୍ସ ମହାସଂଘର ଓଡ଼ିଶା ସଭାପତି ଦାମୋଦର ନନ୍ଦ, ଏଆଇବିଇଏର ସଞ୍ଜୀବ ପତି, ବେଫିର ପ୍ରକାଶ ରାୟ ଏଆଇବିଓଏର ଅଜୟ ରାଉତରାୟ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଘରୋଇକରଣ ପ୍ରସ୍ତାବକୁ ଦୃଢ଼ ବିରୋଧ କରିଥିଲେ

ଭାରତୀୟ ଅର୍ଥନୀତିର ବିକାଶରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ସାଧାରଣ ଜନତାଙ୍କ ସ୍ୱାସ୍ତ୍ୟ ଦୃଷ୍ଟିରୁ ଏହି ଜନବିରୋଧୀ ପ୍ରସ୍ତାବକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଏମାନେ ଦାବି କରିଛନ୍ତି ୟୁଏଫ୍ବିୟୁ ଓଡ଼ିଶା ଶାଖା ଆବାହକ ରଘୁନାଥ ପ୍ରସାଦ ଦାସ କହିଛନ୍ତି ଯେ, ଦେଶର ଅର୍ଥନୈତିକ ବିକାଶ ଏବଂ ଅଭିବୃଦ୍ଧିରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଭୂମିକା ଉଲ୍ଲେଖନୀୟ ଜନଗଣଙ୍କ କଷ୍ଟଅର୍ଜିତ ସଞ୍ଚିତ ରାଶିକୁ ସୁରକ୍ଷିତ ରଖିବା ସହ କୃଷି, ଶିଳ୍ପ, ଭିତ୍ତିଭୂମି ବିସ୍ତାର, ବିଶେଷ କରି ସରକାରଙ୍କ ଦାରିଦ୍ର୍ୟ ଦୂରୀକରଣ ଯୋଜନା ଆତ୍ମନିଯୁକ୍ତି ପାଇଁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ପୁଞ୍ଜି ବିନିଯୋଗ କରୁଛନ୍ତି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଘରୋଇକରଣ କରି ସରକାର ଜନବିରୋଧୀ କାର୍ଯ୍ୟ କରୁଛନ୍ତି

ଏଭଳି କ୍ଷେତ୍ରରେ ଆନ୍ଦୋଳନକୁ ବ୍ୟାପକ କରାଯିବ ।ଏହି ପରିପ୍ରେକ୍ଷୀରେ ଏଆଇବିଓସିର ସଭାପତି(ଓଡ଼ିଶା) ଦାମୋଦର ନନ୍ଦ ବୃହତ୍ସଂଖ୍ୟାରେ ବ୍ୟାଙ୍କ କର୍ମଚାରୀ ଏବଂ ଅଧିକାରୀଙ୍କୁ ଧର୍ମଘଟରେ ସାମିଲ ହୋଇ ଏହାକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଛନ୍ତି ଭାରତୀୟ ଷ୍ଟେଟ୍ବ୍ୟାଙ୍କ ସମେତ ଅନେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ନିଜ ନିଜ ଗ୍ରାହକମାନଙ୍କୁ ସୂଚିତ କରି କହିଛନ୍ତି ଯେ, ଧର୍ମଘଟ ଯୋଗୁ ବ୍ୟାଙ୍କ ଶାଖା ଏବଂ କାର୍ଯ୍ୟାଳୟଗୁଡ଼ିକରେ ସେବା ବ୍ୟାହତ ହୋଇପାରେ

Comments are closed.