ଘରୋଇ ହସ୍‌ପିଟାଲ୍‌ରେ ୨୫୦ ଟଙ୍କାରେ ମିଳିବ କରୋନା ଟିକା ଡୋଜ୍!

ଭୁବନେଶ୍ବର, ୨୬।୨: ମ‌ାର୍ଚ୍ଚ ୧ରୁ ଆରମ୍ଭ ହେବାକୁ ଯାଉଛି ଦେଶରେ କରୋନା ଟିକାର ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ। । ଏହା ଭିତରେ ଖବର ମିଳିଛି ଯେ, ଘରୋଇକରଣ ହସ୍ପିଟାଲରେ କରୋନା ଟିକାର ମୂଲ୍ୟ ୨୫୦ ଟଙ୍କା ପ୍ରତି ଡୋଜ୍‌କୁ ହୋଇପାରେ। ଏଥିରେ ୧୦୦ ଟଙ୍କା ସର୍ଭିସ ଚାର୍ଜ ରହିଛି। ଭାରତରେ କରୋନା ଟିକା କାର୍ଯ୍ୟକ୍ରମ ୧୬ ଜାନୁଆରିରୁ ଆରମ୍ଭ ହୋଇସାରିଛି। ଟିକାର ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧାଙ୍କୁ ଟିକା ଡୋଜ୍ ଦିଆଯାଇଥିଲା

କରୋନା ଟିକାର ମୂଲ୍ୟ ୨୫୦ ଟଙ୍କା ପ୍ରତି ଡୋଜ୍ ହୋଇପାରେ ଓ ଏ ବିଷୟରେ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଘୋଷଣା କରିପାରନ୍ତି। ଟିକାର ଏକ ନିଶ୍ଚିତ ମୂଲ୍ୟ ରହିବ, କୌଣସି କ୍ୟାମ୍ପିଂ ହେବନି। କୁହାଯାଉଛି ଯେ, ଆଜି କିମ୍ବା କାଲି ପର୍ଯ୍ୟନ୍ତ ଘରୋଇ ହସ୍ପିଟାଲରେ ଟିକାର ମୂଲ୍ୟର ଘୋଷଣା ସରକାର କରିପାରନ୍ତି।

ଉଲ୍ଲେଖନୀୟ ଯେ, ଏକ ମାର୍ଚ୍ଚରୁ ଦେଶରେ କରୋନା ଟିକାର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ଟିକାକରଣ ବେଳେ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକା ଲଗାଯିବ। ତେବେ ୪୫ ବର୍ଷରୁ ୬୦ ବର୍ଷ ଭିତରେ ଲୋକଙ୍କୁ ମଧ୍ୟ ଟିକାର ଡୋଜ୍ ଦିଆଯିବ, କିନ୍ତୁ ଏହି ବୟସ ସୀମାର ସେହି ଲୋକଙ୍କୁ ଟିକା ମିଳିବ, ଯେଉଁମାନେ କୌଣସି ଗମ୍ଭୀର ରୋଗରେ ପୀଡିତ ଅଛନ୍ତି। ଶନିବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛନ୍ତି, ୬ ରାଜ୍ୟ- ମହାରାଷ୍ଟ୍ର, କେରଳ, ପଞ୍ଜାବ, କର୍ଣ୍ଣାଟକ, ତାମିଲନାଡୁ ଓ ଗୁଜରାଟରେ କରୋନାର ନୂଆ ମାମଲା ବୃଦ୍ଧି ଦେଖିବାକୁ ମିଳିଛି।

 

Comments are closed.