ନକଲି ରେମ୍‌ଡେସିଭିର ଇଞ୍ଜେକ୍ସନ ବିକ୍ରି ଅଭିଯୋଗରେ ୩ଙ୍କ ବିରୁଦ୍ଧରେ ମାମଲା

0

ଜବଲପୁର, ୧୦।୫: ପାଖାପାଖି ୧ ଲକ୍ଷ ନକଲି ରେମ୍‌ଡେସିଭିର ଇଞ୍ଜେକ୍ସନ ବିକ୍ରି ନେଇ ବିଶ୍ୱ ହିନ୍ଦୁ ପରିଷଦର ନେତାଙ୍କ ନାଁରେ ମାମଲା ରୁଜୁ ହୋଇଛି। ଜବଲପୁର ନର୍ମଦା ଡିଭିଜନର ବିଶ୍ୱହିନ୍ଦୁ ପରିଷଦର ଅଧ୍ୟକ୍ଷ ସରବଜିତ ସିଂହ ମୋଖା ସମେତ ଅନ୍ୟ ଦୁଇ ଜଣଙ୍କ  ନାଁରେ ମଧ୍ୟ ମାମଲା ରୁଜୁ କରିଛି ମଧ୍ୟପ୍ରଦେଶ ପୁଲିସ। ଏମାନେ ନକଲି ରେମ୍‌ଡେସିଭିର ଇଞ୍ଜେକ୍ସନ ଆଣି ନିଃସହାୟ ଲୋକଙ୍କୁ ଚଢା ଦରରେ ବିକ୍ରି କରୁଥିଲେ।

ଇଞ୍ଜେକ୍ସନ କଳାବଜାରୀ ପାଇଁ ଜବଲପୁର ବିଶ୍ୱହିନ୍ଦୁ ପରିଷଧ ଅଧ୍ୟକ୍ଷ ସରବଜିତ ସିଂହ ମୋଖା, ଦେବେନ୍ଦର ଚୌରାସିଆ ଓ ସ୍ୱପନ ଜୈନ୍ଙ୍କ ନାମରେ ମାମଲା ରୁଜୁ ହୋଇଛି। ଏମାନଙ୍କ ବିରୋଧରେ ଆଇପିସି ଧାରା ୨୭୪,୨୭୫,୩୦୮ ଓ ୪୨୦ ଲଗାଯିବା ସହିତ ବିପର୍ଯ୍ୟୟ ପରିଚଳାନା ତ୍ରୃଟି ସମ୍ପର୍କିତ ଧାରା ଲଗାଯାଇଥିବା ଜବଲପରୁ ଏଏସ୍‌ପି ରୋହିତ କୌଶ୍ୱାନୀ କହିଛନ୍ତି। ସରବଜିତ ସିଂହ ମୋଖା ବିଶ୍ୱ ହିନ୍ଦୁ ପରିଷଦର ନେତା ହେବା ସହିତ ତାଙ୍କର ଏକ ହସ୍‌ପିଟାଲ୍‌ ମଧ୍ୟ ରହିଛି। ଜଣେ ବରିଷ୍ଠ ନେତାଙ୍କ ପୁଅଙ୍କ ସହିତ ତାର ଭଲ ପରିଚୟ ରହିଛି। ଏଥିପାଇଁ ଶବରବଜିତ ଇନ୍ଦୋରରୁ ୫୦୦ ନକଲି ଇଞ୍ଜେକ୍ସନ ଆଣି ନିଜ ହସ୍‌ପିଟାଲ୍‌ର ରୋଗୀଙ୍କୁ ୩୫ରୁ ୪୦ ହଜାର ଟଙ୍କାରେ ବିକ୍ରି କରୁଥିଲା।

ଏଥିରେ ତାର ଦୁଇ ସହଯୋଗୀ ଦେବେନ୍ଦର ଚୌରାସିଆ ଓ ସ୍ୱପନ ଜୈନ୍ ସହଯୋଗ କରୁଥିଲେ। ଦେବେନ୍ଦର ଶରବଜିତ ମେଡିକାଲ୍‌ରେ ମ୍ୟାନେଜର ଭାବରେ କାର୍ଯ୍ୟ କରୁଥଇା ବେଳେ ସ୍ୱପନ ଜୈନ୍ ଫାର୍ମ କାମ୍ପାନୀଗଡ଼ିକର ଡିଲର୍ସିପ ନେଇଥିଲା। ଏହି ଘଟଣାରେ ସ୍ୱପନ ଜୈନ୍‌କୁ ସୁରତ ପୋଲି ଗରିଫ କରିଥିବା ବେଳେ ଅନ୍ୟ ଦୁଇଜଣ ଶରବଜିତ ଓ ଦେବେନ୍ଦର ଫେରାର୍ ଅଛନ୍ତି।

ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି କଂଗ୍ରେସ। ଘଟଣାର ସିବିଆଇ ତଦନ୍ତ କରିବା ସହିତ ଫେରାରର ଦୁଇଜଣଙ୍କୁ ଗିରଫ କରିବାକୁ ଦାବି କରିଛି। କଂଗ୍ରେସ ଅଭିଯୋଗ କରିଛି ଯେ ଲୁଣ ଓ ଗ୍ଲୁକୋଜ୍‌କୁ ମିଶାଇ ନକଲି ରେମ୍‌ଡେସିଭର ଇଞ୍ଜେକସନ୍ ତିଆରି କରାଯାଉଛି। ଦେଶରେ ଗୋଟେ ରାକେଟ୍‌ ଏ ଦିଗରେ କାର୍ଯ୍ୟ କରୁଛି। ତୁରନ୍ତ ସିବିଆଇ ତାର ତଦନ୍ତ କରି ପର୍ଦ୍ଧାଫାସ୍ କରୁ ବୋଲି କଂଗ୍ରେସ ଦାବି କରିଛି। ଯଦି ତାହା ନୁହେଁ ତେବେ କୋର୍ଟଙ୍କ ସାହାର ନିଆଯିବ ବୋଲି କଂଗ୍ରେସ କହିଛି।

Leave A Reply

Your email address will not be published.