ଶପଥ ନେଲେ ମମତାଙ୍କ ୪୩ ମନ୍ତ୍ରୀ

କୋଲକାତା, ୧୦୫ : ପଶ୍ଚିମବଙ୍ଗ ନିର୍ବାଚନରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ବହୁମତ ହାସଲ କରି ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀ ଭାବେ ତୃତୀୟ ଥର ମମତା ଶପଥ ଗ୍ରହଣ କରିଛନ୍ତି। ଆଜି ମମତାଙ୍କ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିଛି। ରାଜଭବନରେ ମମତା ସରକାରଙ୍କ ୪୩ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ତେବେ ଏହି କାର୍ଯ୍ୟକ୍ରମରେ ବହୁ ବିଧାୟକ ଭର୍ଚୁଆଲ ମାଧ୍ୟମରେ ସାମିଲ ହୋଇଥିଲେ।

କୋଭିଡ ଗାଇଡଲାଇନ୍ ପାଳନ କରି ରାଜ୍ୟପାଳ ଜଗଦୀପ ଧନଖଡ ସମସ୍ତ କ୍ୟାବିନେଟ ମନ୍ତ୍ରୀ, ସ୍ଵତନ୍ତ୍ର ପ୍ରଭାରୀ, ରାଜ୍ୟ ମନ୍ତ୍ରୀମାନଙ୍କୁ ଶପଥ ଗ୍ରହଣ କରାଇଛନ୍ତି। ତେବେ ୩ ଜଣ ମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶପଥ ନେଇଛନ୍ତି। ଶପଥ ଗ୍ରହଣ କାର୍ଯ୍ୟକ୍ରମ ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଉପସ୍ଥିତ ଥିଲେ। ତେବେ ଖୁବ୍ ଶୀଘ୍ର ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟାଯିବ।

Comments are closed.