ସୋଆ ପ୍ରଫେସରଙ୍କ ଲିଖିତ ୩ ପୁସ୍ତକ ରାଜ୍ୟପାଳଙ୍କ ଦ୍ବାରା ଉନ୍ମୋଚିତ

0

ଭୁବନେଶ୍ୱର, ୨୬୫: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରଫେସର ଶିଶିରକାନ୍ତ ବେହେରାଙ୍କ ଦ୍ୱାରା ଲିଖିତ ତିନୋଟି ପୁସ୍ତକକୁ ବୁଧବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜଭବନଠାରେ ଉନ୍ମୋଚିତ କରିଛନ୍ତିସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ଏଗ୍ରିକଲ୍‌ଚରାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ତଥା ମୁଖ୍ୟ ପ୍ରଫେସର ବେହେରାଙ୍କ ଦ୍ୱାରା ଲିଖିତ ତିନୋଟି ପୁସ୍ତକ ଗ୍ରୀନ ହାଉସ୍‌ ଟେକ୍‌ନୋଲୋଜି”, “ଫାର୍ମ ମେସିନାରୀ ଆଣ୍ଡ ଇକ୍ୟୁପମେଂଟସ୍ ଏବଂ ରିନ୍ୟୁଏବଲ ଏନର୍ଜି ଫର୍‌ ଡେଭ୍‌ଲପ୍‌ମେଂଟମହାମହିମ ରାଜ୍ୟପାଳଙ୍କ ଦ୍ୱାରା ଲୋକାର୍ପିତ ହୋଇଛି ।

ଉନ୍ମୋଚନ ସମୟରେ ରାଜ୍ୟପାଳ ପ୍ରଫେସର ଲାଲ ପ୍ରଫେସର ବେହେରାଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ପୁସ୍ତକ ସମ୍ବନ୍ଧରେ ଆଲୋଚନା କରି ଅନେକ ମହତ୍ୱପୂର୍ଣ୍ଣ ଉପଦେଶ ଦେଇଥିଲେ । ଏହି ତିନୋଟି ପୁସ୍ତକ ଦିଲ୍ଲୀର ପ୍ରକାଶନୀ ସଂସ୍ଥା ଆକି ନିକ୍ ପବ୍ଲିକେଶନ୍ ଦ୍ୱାରା ପ୍ରକାଶିତ ହୋଇଛି । ଏହି ତିନୋଟି ପୁସ୍ତକ ମୁଖ୍ୟତଃ କୃଷକ, କୃଷି ଶିଳ୍ପ ଉଦ୍ୟୋଗୀ, କୃଷି ବିଜ୍ଞାନ ଛାତ୍ରଛାତ୍ରୀ ଏବଂ ଗବେଷକମାନଙ୍କ ପାଇଁ ବିଶେଷ ଉପଯୋଗୀ ହେବ ବୋଲି ପ୍ରଫେସର ବେହେରା କହିଛନ୍ତି ।

Leave A Reply

Your email address will not be published.