ସୋମବାର ୩ ମନ୍ତ୍ରୀ ନେବେ ଶପଥ, ବିଧାୟକଙ୍କ ପାଖକୁ ଗଲା ଫୋନ

ଭୁବନେଶ୍ବର, ୨୧।୫: ସୋମବାର ୩ ନୂଆ ମନ୍ତ୍ରୀ ନେବେ ଶପଥ। ୩ ବିଧାୟକଙ୍କ ପାଖକୁ ଗଲା ଫୋନ।  ଭଞ୍ଜନଗର ବିଧାୟକ  ବିକ୍ରମ କେଶରୀ ଆରୁଖ, ବାଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ଡି,  ରାଉରକେଲା ବିଧାୟକ  ସାରଦା ନାୟକଙ୍କ ନିକଟକୁ  ଫୋନ ଯାଇଛି। ନବୀନ ନିବାସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବିଧାୟକ ବିକ୍ରମ, ସୁଦାମ ଓ ସାରଦା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ।

ସୂଚନାଯୋଗ୍ୟ ଯେ  ଗଣଶିକ୍ଷାମନ୍ତ୍ରୀ ପଦରୁ ସମୀର ରଞ୍ଜନ ଦାଶ, ଶ୍ରମ ମନ୍ତ୍ରୀ ପଦରୁ ଶ୍ରୀକାନ୍ତ ସାହୁ ଇସ୍ତଫା ଦେବା ପରେ ଏହି ୨ଟି ପଦବୀ ଖାଲି ପଡିଛି। ସେହିପରି  ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାଶଙ୍କ ମୃତ୍ୟୁ ପରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ବ  ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ହାତରେ ଅଛି।  ଏହି ୩ ବିଭାଗ ପାଇଁ ସୋମବାର ଶପଥ ଗହଣ ହେବ।

 

Comments are closed.