କାଳବୈଶାଖୀ ପ୍ରଭାବରେ ଭାଙ୍ଗିଲା ବନ୍ଦେ ଭାରତର ସାମ୍ନା ଗ୍ଲାସ, ଜଳିଗଲା ବିଦ୍ୟୁତ ତାର

ଭୁବନେଶ୍ବର, ୨୧।୫:  କାଳବୈଶାଖୀ ପ୍ରଭାବରେ କ୍ଷଣକ ଭିତରେ ଜଳିଗଲା ରେଳୱେ ବିଦ୍ୟୁତ ତାର। ଏଥିରୁ ବର୍ତ୍ତି ପାରିଲା ନାହିଁ ପୁରୀ-ହାୱାଡା ବନ୍ଦେ ଭାରତ ଏକ୍ସପ୍ରେସ୍‌। ଲୋକ ପାଇଲଟ୍‌ ସାମ୍ନା ଗ୍ଲାସ୍‌ ଭାଙ୍ଗି ଯାଇଛି। ଏଥିସହ ଅନେକ ବଗିରେ ଗ୍ଲାସ ଫାଟିଥିବା ସୂଚନା ମିଳିଛି। ଦୁର୍ଘଟଣାର ସାମ୍ନା କରିବାର ପ୍ରାୟ ସାଢ଼େ ୪ ଘଣ୍ଟା ପରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ଟି ହାୱଡା ଅଭିମୁଖେ ବାହାରିଛି ଯାଇଛି। ଦ୍ରୁତଗାମୀ ଟ୍ରେନ୍‌ଟି ଏକ ଡିଜେଲ ଇଞ୍ଜିନ ମାଧ୍ୟମରେ ଧୀମେଇ ଧୀମେଇ ହାୱଡା ଅଭିମୁଖେ ଗଡ଼ିଛି। ତେଣୁ ଘଣ୍ଟା ପିଛା ସର୍ବାଧିକ ୧୮୦ କିଲୋମିଟର ବେଗରେ ଗତି କରିପାରୁଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ହାୱଡାରେ ପହଞ୍ଚିବା ପାଇଁ ବହୁ ସମୟ ଲାଗିପାରେ ବୋଲି ଅନୁମାନ କରାଯାଉଛି।

ନିର୍ଦ୍ଧାରିତ ସମୟରେ ପୁରୀରୁ ହାୱାଡା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ବନ୍ଦେ ଭାରତ ଏକ୍ସପ୍ରେସ। ଟ୍ରେନ୍‌ଟି ଯାଜପୁର ରୋଡ୍‌ ଷ୍ଟେସନ୍‌ ଅତିକ୍ରମ କରିବା ପରେ ବୈତରଣୀ ନଦୀ ଉପରେ ହୋଇଥିବା ବ୍ରିଜ୍‌ ଉପରେ ଦ୍ରୁତ ଗତିରେ ଆଗକୁ ମାଡ଼ି ଚାଲିଥିଲା। ଠିକ୍‌ ସେହି ସମୟରେ ହୋଇଥିଲା ଏକ ଭୟଙ୍କର ବଜ୍ରପାତ। ଯାହା ଫଳରେ ରେଳୱେ ବିଦ୍ୟୁତ୍‌ ତାର ଜଳିଯାଇଥିବା ବେଳେ ଶଙ୍ଖଗୁଡ଼ିକ ଭାଙ୍ଗିଯାଇଛି। ଟ୍ରେନ୍‌ ଇଞ୍ଜିନ୍‌ର ସମ୍ନା କାଚ ଓ ଅନେକ ବଗିର କାଚ ଫାଟି ଯାଇଥିବା ଦେଖିବାକୁ ମିଳିଛି। ଖବର ପାଇଁ ରେଳ ବିଭାଗର ବରିଷ୍ଠ ଅଧିକାରୀ ଓ ମେଣ୍ଟେନାନ୍ସ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚିଛି। ବିଦ୍ୟୁତ ସରବରାହ ସ୍ୱଭାବିକ କରିବା ପାଇଁ ଉଦ୍ୟମ ହୋଇଥିଲା।

 

Comments are closed.