ଓଡ଼ିଶାର ୩ ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ

ଭୁବନେଶ୍ବର, ୧୨।୫ : ଓଡ଼ିଶାର ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛଇ। ମେ ୨୪ ତାରିଖରେ ନିର୍ବାଚନ  ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ମେ ୩୧ ତାରିଖକୁ ନାମାଙ୍କନ ଦାଖଲ ଶେଷ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି। ଜୁନ ପହିଲାରେ ନାମାଙ୍କନ ପତ୍ର ଯାଞ୍ଚ ହେବ। ଜୁନ ୩ରେ ନାମାଙ୍କନ ପତ୍ର ପ୍ରତ୍ୟାହର ଶେଷ ତାରିଖ। ଜୁନ ୧୦ରେ ୩ ଆସନ ପାଇଁ ହେବ ନିର୍ବାଚନ। ଜୁନ ୧୦ ସନ୍ଧ୍ୟା ୫ଟାରେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହେବ।  

ସୂଚନାଯୋଗ୍ୟ,ଡ଼ିଶାର ୩ ଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଜୁନ ୧ରେ ସରୁଛି। ସାଂସଦ ସସ୍ମିତ ପାତ୍ର, ଏନ. ଭାସ୍କର ରାଓ, ପ୍ରସନ୍ନ ଆଚାର୍ଯ୍ୟଙ୍କ  କାର୍ଯ୍ୟକାଳ ଶେଷ ହେଉଛି ଆସନ୍ତା ୧ ତାରିଖରେ ସରୁଛି। ୧୫ଟି ରାଜ୍ୟର ମୋଟ ୫୫ ରାଜ୍ୟସଭା ସିଟ୍ ପାଇଁ ହେବ ମତଦାନ। ଓଡ଼ିଶା ସମତେ ୧୫ଟି ରାଜ୍ୟରେ ହେବ ନିର୍ବାଚନ। ୟୁପିର ସର୍ବାଧିକ ୧୧ଟି ରାଜ୍ୟସଭା ସିଟ୍ ପାଇଁ ନିର୍ବାଚନ ହେବ

Comments are closed.