ଅମୃତ ଯୋଜନାର ଅଗ୍ରଗତି ନେଇ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ୩ ସାଂସଦ

0

ନୂଆଦିଲ୍ଲୀ, ୬।୮ : ଓଡ଼ିଶାରେ ଅମୃତ ଯୋଜନାର ପ୍ରକଳ୍ପ କାର୍ଯ୍ୟକାରୀ ସମ୍ପର୍କରେ ଆଜି ସାଂସଦ ସୁବାଷ ସିଂହ, ମହେଶ ସାହୁ ଓ ମମତା ମହନ୍ତ କେନ୍ଦ୍ର ନଗର ଉନ୍ନୟନ, ପେଟ୍ରୋଲିୟମ ହରଦୀପ ସିଂ ପୁରୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।  ଓଡ଼ିଶାର ସହରଗୁଡ଼ିକର ଉନ୍ନତି ପାଇଁ ଓଡ଼ିଶା ସରକାର ଦେଇଥିବା ବର୍ଦ୍ଧିତ ପ୍ରକଳ୍ପଗୁଡ଼ିକୁ ଯଥାଶୀଘ୍ର ଅନୁମୋଦନ କରିବାକୁ ଏଥିରେ ଦାବି କରାଯାଇଛି ଏହାର ବିଚାର କରି ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

ସହରାଞ୍ଚଳରେ ଜଳ ଯୋଗାଣ, ସ୍ବେରେଜ୍, ପରିବହନ ବ୍ୟବସ୍ଥାପାର୍କ ଆଦି ପାଇଁ କେନ୍ଦ୍ର ସରକାର ଅମୃତ ଯୋଜନା କରିଛନ୍ତି ଓଡ଼ିଶା ସରକାର ଏହି ଯୋଜନାର ମାନଦଣ୍ଡ ଅନୁଯାୟୀ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରୁଥିଲେ ବି ଅର୍ଥ ବାଧକ ସାଜିଛି ଏ ଦିଗରେ ସହାୟତା କରିବାକୁ ଓଡ଼ିଶା ସରକାର କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରାଳୟକୁ ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁରାଜ୍ୟ ସରକାର ଓଡ଼ିଶାର ବିଭିନ୍ନ ସହରରେ ଥିବା ସ୍ବେରେଜ ବ୍ୟବସ୍ଥାର ଉନ୍ନତି ପାଇଁ ପ୍ରାୟ ୩୭୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଅନୁମୋଦନ କରିବାକୁ କେନ୍ଦ୍ର ନିକଟକୁ ପ୍ରସ୍ତାବ ପଠାଇଛନ୍ତି କିନ୍ତୁ ଏହି ପ୍ରସ୍ତାବଗୁଡ଼ିକ ଏବେ ବି କେନ୍ଦ୍ରର ବିଚାରାଧିନ ରହିଛି

Leave A Reply

Your email address will not be published.