ଏ ବର୍ଷ ବି କମିଲା ଯୁକ୍ତ ଦୁଇର ୩୦% ପାଠ୍ୟକ୍ରମ

ଭୁବନେଶ୍ୱର,୨୬।୮: ଚଳିତ ବର୍ଷ ବି ଯୁକ୍ତ ଦୁଇ ସିଲାବସ୍‌କୁ ହ୍ରାସ କରାଯାଇଛିଗତବର୍ଷ ପରି ଚଳିତ ବର୍ଷ ୭୦ ପ୍ରତିଶତ ସିଲାବସ୍ ରହି ବୋଲି ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛିଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଇଣ୍ଟରନାଲ ବ୍ୟବସ୍ଥା ଲାଗୁ ହେବଏକାଦଶ ଶ୍ରେଣୀରେ ଛାତ୍ର ଛାତ୍ରୀମାନେ ୩ ଟି ଇଣ୍ଟରନାଲ ପରୀକ୍ଷା ଦେବେ ଗୋଟିଏ ବାର୍ଷିକ ପରୀକ୍ଷା ହେବଏହି ପରୀକ୍ଷାକୁ କଲେଜ କର୍ତ୍ତୃପକ୍ଷ ପରିଚାଳନା କରିବେ ସେହିଭଳି ଦ୍ଵିତୀୟ ବର୍ଷ ପାଇଁ ମଧ୍ୟ ୩ଟି ଇଣ୍ଟରନାଲ ହେବ ହେଲେ ଫାଇନାଲ ପରୀକ୍ଷାକୁ କାଉନସିଲ୍‌ ପରିଚାଳନା କରିବ ଏନେଇ ସରକାରଙ୍କୁ ପରାମର୍ଶ ଦିଆଯାଇଥିବା ସୂଚନା ଦିଆଯାଇଛି ପ୍ରଥମ ଇଣ୍ଟରନାଲରେ ପଡ଼ିଥିବା ପ୍ରଶ୍ନ ଦ୍ଵିତୀୟ ଇଣ୍ଟନାଲରେ ପଡ଼ିବ ନାହିଁଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୩୦ ପ୍ରତିଶତ ସିଲାବସ କମିବଏ ବିଷୟରେ ଅନ୍ତିମ ନିର୍ଣ୍ଣୟ ସରକାର ଗ୍ରହଣ କରିବେ। ଦ୍ଵିତୀୟ କ୍ୱାଟର ଇଣ୍ଟରନାଲରେ ପଢିଥିବା ପ୍ରଶ୍ନ ତୃତୀୟରେ ପଡିବନି, ପିଲାଙ୍କ ବୋଝ କମେଇବା ପାଇଁ ଏହା କରାଯାଇଥିବା ସୂଚନା ଦିଆଯାଇଛିନିରନ୍ତର ମୂଲ୍ୟାୟନ ପଦ୍ଧତି ମାଧ୍ୟମରେ ପରୀକ୍ଷା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Comments are closed.