ରାୟଗଡା ଜିଲ୍ଲାର ୪ଟି ବସଷ୍ଟାଣ୍ଡର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ରାୟଗଡା, ୨୩/୮: ଜିଲ୍ଲାର ଗ୍ରାମାଞ୍ଚଳରେ ପରିବହନ ସେବାକୁ ସୁଦୃଢ କରିବା ନିମନ୍ତେ ଚାରୋଟି ବ୍ଲକରେ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ କରାଯିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଶିଳାନ୍ୟାସ କରିଛନ୍ତି। ରାୟଗଡ ଜିଲ୍ଲାର କାଶୀପୁର, ଗୁଣପୁର, ବିଷମକଟକ ଓ ରାମନାଗୁଡ଼ା ବସଷ୍ଟାଣ୍ଡକୁ ଅତ୍ୟାଧୁନୀକିକରଣ କରାଯିବ।ମୁଖ୍ୟମନ୍ତ୍ରୀ ନିଜର ଅଭିଭାଷଣରେ କହିଲେ ଆଜି ଗମନାଗମନ କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ସ୍ଥାପନ କରାଯାଇଛି। ଆମ ବାସଷ୍ଟାଣ୍ଡ ଯୋଜନାରେ ବିଭିନ୍ନ ଜିଲ୍ଲାରେ ନୂତନ ବସଷ୍ଟାଣ୍ଡ ଉଦଘାଟନ କରାଗଲା ଓ ନୂତନ ବସଷ୍ଟାଣ୍ଡ ପାଇଁ ଶିଳାନ୍ୟାସ କାରାରଗଲା। ଏହାଦ୍ୱାରା ସମସ୍ତଙ୍କ ପାଇଁ ବିଶେଷ ସୁବିଧା ଯୋଗାଇ ଦିଆଯିବ ଓ ଲୋକେ ଉପକୃତ ହେବ ବୋଲି କୁହାଯାଇଛି।

ରାଜ୍ୟର ଆର୍ଥିକ ଉନ୍ନତି କ୍ଷେତ୍ରରେ ମଧ୍ୟ ସହାୟକ ହେବ।ମୋ ପରିବହନ ସେବା ଯୋଜନାରେ ଏହା ଆଜି ଉଦଘାଟନ କରାଗଲା। ସୁବାହକ ଯୋଜନାରେ ବର୍ଷକୁ ୫୦ ହଜାର ଡ୍ରାଇଭରଙ୍କୁ ଟ୍ରେନିଂ ଦିଆଯିବ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ମନ୍ତ୍ରୀ ଅନୁସୂଚିତ ଜାତି ଓ ଜନଜାତି ବିକାଶ, ପଛୁଆ ବର୍ଗ ଓ ସଂଖ୍ୟା ଲଘୁ କଲ୍ୟାଣ ଓ ଆଇନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୟା ମାଝି, ରୟାଗଡ଼ ବିଧାୟକ ମକରନ୍ଦ ମୁଦୁଲି, ଗୁଣୁପୁର ବିଧାୟକ ରଘୁମଣି ଗମାଙ୍ଗ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଠା ସୁଧୀର ଦାଶ, ଜିଲ୍ଲାପରିଷଦ ସରସ୍ବତୀ ମାଝି, ଜିଲ୍ଲାପାଳ ସ୍ୱଧା ଦେବ ସିଂ, ଅତିରକ୍ତ ଜିଲ୍ଲାପାଳ ଭାସ୍କର ଚନ୍ଦ୍ର ରାଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ନିହାର ରଞ୍ଜନ କହଁର, କାଶୀପୁର ବ୍ଲକ ଅଧକ୍ଷ୍ୟ କଣ୍ଠ ମାଝୀ, ଗୁଣୁପୁର ବ୍ଲକ ଅଧକ୍ଷା ଝିଲି ଶବର, ବିଷମ କଟକ ବ୍ଲକ ଅଧ୍ୟକ୍ଷା ଯୋଶଦା ହୁଇକା, ଆଞ୍ଚଳିକ ପରିବହନ ଅଧିକାରୀ, ଓଡିଶା ପରିବହନ ନିଗମର ସଂଗ୍ରାମ ଜେନା ପ୍ରମୁଖ ଯୋଗଦାନ କରିଥିଲେ।

 

Comments are closed.