୫ ଏସ୍‌ପିଙ୍କ ସମେତ ବଦଳି ହେଲେ ୧୮ ବରିଷ୍ଠ ଆଇପିଏସ୍‌ ଅଧିକାରୀ

ମୟୂରଭଂଜ ଗଲେ ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧର

0

ଭୁବନେଶ୍ବର, ୧୮/୫ : ରାଜ୍ୟ ସରକାର ଗୁରୁବାର ବରିଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ସରକାର ୫ ଜଣ ଏସ୍‌ପିଙ୍କ ସମେତ ମୋଟ ୧୮ ଜଣ ଆଇପିଏସ୍‌ ଅଧିକାରୀଙ୍କୁ ବଦଳି କରିଛନ୍ତି।

ସମ୍ବଲପୁରରେ ବଡ଼ ଧରଣର ସାଂପ୍ରଦାୟିକ ଉତ୍ତେଜନା ଭଳି ଘଟଣା ପରେ ଏସ୍‌ପି ବାତୁଲା ଗଙ୍ଗାଧରଙ୍କ ଉପରେ ରାଜ୍ୟ ସରକାର କି ପ୍ରକାର ପଦକ୍ଷେପ ନେଉଛନ୍ତି ତାହାକୁ ସମସ୍ତେ ଅପେକ୍ଷା କରିଥିଲେ। ଆଜି ତାଙ୍କୁ ମୟୂରଭଂଜରେ ଅବସ୍ଥାପିତ କରିବା ନେଇ ଆଦେଶନାମା ପ୍ରକାଶ ପାଇଛି । ସେହିପରି କେନ୍ଦୁଝରରୁ ମିତ୍ରଭାନୁ ମହାପାତ୍ରଙ୍କୁ ରାଉରକେଲା, ରାଉରକେଲାରୁ ମୁକେଶ କୁମାର ଭାମୁଙ୍କୁ ସମ୍ବଲପୁର, ବଲାଙ୍ଗୀରରୁ ନୀତିନ କୁଶଲକରଙ୍କୁ କେନ୍ଦୁଝର ଓ ମୟୂରଭଂଜରୁ ଋଷିକେଶ ଖିଲାରୀଙ୍କୁ ବଲାଙ୍ଗୀରରେ ଏସ୍‌ପି ଭାବେ ନିଯୁକ୍ତି ମିଳିଛି।

ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍ ଅଧିକାରୀ ଏ.ଏମ୍‌ ପ୍ରସାଦଙ୍କୁ ସ୍ବତନ୍ତ୍ର ଡିଜି ଏଚ୍‌ଆରପିସି ପଦବିରେ ନିଯୁକ୍ତି ଦେଇଛନ୍ତି। ସେହିଭଳି ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଜି, ରାଧାକୃଷ୍ଣ ଶର୍ମାଙ୍କୁ ଏଡିଜି ମୁଖ୍ୟାଳୟ, ସଂଜୟ କୁମାରଙ୍କୁ ଏଡିଜି ଆଇନଶୃଙ୍ଖଳା ଓ କମ୍ୟୁନିକେସନ, ଅମିତାଭ ଠାକୁରଙ୍କୁ ପରିବହନ କମିସନର, ସୁରେଶ ଦେବଦତ୍ତ ସିଂହଙ୍କୁ ଏଡିଜି ଅପରେସନ, ରାଜେଶ କୁମାରଙ୍କୁ ଏଡିଜି ଆଧୁନିକୀକରଣ, ନରସିଂହ ଭୋଳଙ୍କୁ ଅବକାରୀ କମିସନର, ଆଶିଷ ସିଂହଙ୍କୁ କେନ୍ଦ୍ରାଞ୍ଚଳ ଆଇଜି, ରାଜେଶ ପଣ୍ଡିତଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି, ଅଖିଳେଶ୍ବର ସିଂହଙ୍କୁ ଡିଆଇଜି ଏସ୍‌ଆଇଡବ୍ଲୁ ଓ ଚରଣ ସିଂହ ମୀନାଙ୍କୁ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଭାବେ ଅବସ୍ଥାପିତ କରିଛନ୍ତି।

Leave A Reply

Your email address will not be published.