୫ ଟି ସଚିବଙ୍କ ପ୍ରକଳ୍ପ ପରିଦର୍ଶନ, ୪୩ ଏକର ଅଞ୍ଚଳରେ ୬୭ କୋଟି ବ୍ୟୟରେ ପାର୍କିଂ ବ୍ୟବସ୍ଥା

0

ପୁରୀ, ୧୫/୪ : ପୁରୀଗସ୍ତରେ ୫ଟି ସଚିବ ଭି କେ ପାଣ୍ଡିଆନ। ପୁରୀ ଶ୍ରୀମନ୍ଦିର ପରିକ୍ରମା କରି ବିଭିନ୍ନ ପ୍ରକଳ୍ପର ନିର୍ମାଣ ଓ ଅଗ୍ରଗତି କାର୍ଯ୍ୟ ସମୀକ୍ଷା କରିଥିଲେ। ବାସେଳୀ ସାହି ଥାନା ଅନ୍ତର୍ଗତ ମାର୍କଣ୍ଡେଶ୍ୱର ସାହି-୨ରେ ସ୍ୱଳ୍ପ ମୂଲ୍ୟରେ ଯାତ୍ରୀ ଓ ଶ୍ରଦ୍ଧାଳୁମାନଙ୍କ ରହିବା ପାଇଁ ୧୦ ଏକର ଜାଗାରେ ଧର୍ମଶାଳା ନିର୍ମାଣ କରାଯିବ। ଏହି ପ୍ରକଳ୍ପରେ ୧୩୫ କୋଟି ଟଙ୍କା ବ୍ୟୟ ହେବାକୁ ଥିବା ବେଳେ ୫ଟି ବ୍ଲକ ବିଶିଷ୍ଟ ଏହି ଧର୍ମଶାଳାରେ ୩୭୦୦ ଯାତ୍ରୀ ରହିବାର ବ୍ୟବସ୍ଥା କରାଯାଉଛି ।

ସମଙ୍ଗର ୪୩ ଏକର ପରିମିତ ଅଞ୍ଚଳରେ ୬୭ କୋଟି ଟଙ୍କା ବ୍ୟୟରେ ପାର୍କିଂ ସ୍ଥଳର ବ୍ୟବସ୍ଥା ହୋଇଛି। ଏଠାରେ ୪୨୦ଟି ବସ୍, ୨୫୮ ଅଟୋ, ୫୪୯ ଚାରି ଚକିଆ ଗାଡ଼ି ଓ ୧୦୫୪ ଗୋଟି ଦୁଇ ଚକିଆ ଗାଡ଼ିର ପାର୍କିଂ ବ୍ୟବସ୍ଥା ରହିଛି। ୧୬୧ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧିନ ସେତୁର ଗୋଟିଏ ପାର୍ଶ୍ଵ ଜଗନ୍ନାଥ ବଲ୍ଲଭ ପାର୍କିଂ ସ୍ଥଳକୁ ରଥଯାତ୍ରା ପୂର୍ବରୁ ସଂଯୋଗ ପାଇଁ ତ୍ୱରାନ୍ୱିତ କାର୍ଯ୍ୟ କରିବାକୁ ନିର୍ମାଣକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ସମସ୍ତ କାର୍ଯ୍ୟକୁ ପାଣ୍ଡିଆନ ପରିଦର୍ଶନ କରି ଆବଶ୍ୟକୀୟ ପରାମର୍ଶ ଓ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ସମର୍ଥ ବର୍ମା, ଉପଜିଲ୍ଲାପାଳ ଭବତାରଣ ସାହୁ, ଓବିସିସିର ନିର୍ବାହୀ ଯନ୍ତ୍ରୀ ସୁନ୍ଦର ମାଧବ ପାଢ଼ୀ ଓ ଅନ୍ୟାନ୍ୟ ଅଧିକାରୀ ଯନ୍ତ୍ରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.