୨୪ ଘଣ୍ଟାରେ ମୁମ୍ବାଇରେ ୬୩୪୭ଟି ନୂଆ କରୋନା ମାମଲା

0

ମୁମ୍ୱାଇ, ୧।୧: ଦେଶରେ କରୋନାର ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି। ମୁମ୍ୱାଇରେ କରୋନା ବିସ୍ଫୋରଣ ହେଉଛି। ମହାନଗର ମୁମ୍ୱାଇରେ ଗତ ୨୪ ଘଣ୍ଟାରେ କରୋନାର ୬୩୪୭ଟି ନୂଆ ମାମଲା ସାମନାକୁ ଆସିଛି। ଯେବେ କି ଗୋଟିଏ ମୃତ୍ୟୁ ରେକର୍ଡ ହୋଇଛି ଦିଲ୍ଲୀରେ କରୋନା ମାମଲା ବଢ଼ିଛି। ଗତ ୨୪ ଘଣ୍ଟାରେ କରୋନାର ୨୭୧୬ଟି ନୂଆ ମାମଲା ସାମନାକୁ ଆସିଛି।

  ଦେଶରେ ଓମିକ୍ରନର ମାମଲା ବୃଦ୍ଧି ଚିନ୍ତାକୁ ଦ୍ୱିଗୁଣିତ କରିଦେଇଛି ପ୍ରତିଦିନ କରୋନା ମାମଲାରେ  ବୃଦ୍ଧି ହେଉଛି ଶନିବାର କେବଳ ମୁମ୍ୱାଇ ସହରରେ କରୋନାର ୬୩୪୭ଟି ନୂଆ କେସ୍ ଆସିଛି ଏହା ବ୍ୟତୀତ ୪୫୧ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଜଣଙ୍କର ମୃତ୍ୟୁ ହେବା ଜଣାପଡ଼ିଛି ମୁମ୍ୱାଇରେ କରୋନାର ମୋଟ ୭୫୦୧୫୮କେସ୍‌ ହୋଇଛି ଆକ୍ଟିଭ୍‌ ମାମଲାର ସଂଖ୍ୟା ୨୨୩୩୪ ହୋଇଛି । ୩୧ ଡିସେମ୍ୱରରେ ମୁମ୍ୱାଇରେ ୫୬୩୧ କରୋନା କେସ୍‌ ଦାଖଲ ହୋଇଥିଲା

  ମହାରାଷ୍ଟ୍ରର ମନ୍ତ୍ରୀ ବିଜୟ ୱାଡେଟ୍ଟିବାର ଶୁକ୍ରବାର କହିଥିଲେ କି ରାଜ୍ୟରେ ଲକ୍‌ଡାଉନ୍‌ର ସ୍ଥିତି ନିକଟତର ହେଉଛି ହେଲେ ଏହା କେବେ ଲାଗିବ ଏହା ଉପରେ ନିଷ୍ପତ୍ତି ରାଜ୍ୟର ସିଏମ୍‌ ଉଦ୍ଧବ ଠାକରେ ହିଁ ସ୍ଥିର କରିବେ ସେପଟେ ଉପ ମୁଖ୍ୟମନ୍ତ୍ରୀ ଅଜିତ୍‌ ପୱାର ଶନିବାର ଦିନ କହିଛନ୍ତି ରାଜ୍ୟର ପାଖାପାଖି ୧୦ ମନ୍ତ୍ରୀ  ଓ ୨୦ ବିଧାୟକ କୋଭିଡ୍‌ରେ ସଂକ୍ରମିତ ହୋଇଛନ୍ତି ସେ କହିଛନ୍ତି , ଆମେ ନିକଟରେ ବିଧାନସଭା ଅଧିବେଶନରେ ହ୍ରାସ କରିଛୁଏବେସୁଦ୍ଧା ୧୦ରୁ ଅଧିକ ମନ୍ତ୍ରୀମାନେ ଓ ୨୦ରୁ ଅଧିକ ବିଧାୟକ କରୋନା ପଜିଟିଭ୍‌ ହୋଇଛନ୍ତି ସମସ୍ତେ  ନୂଆ ବର୍ଷ , ଜନ୍ମଦିନ ଓ ଅନ୍ୟ ଅବସରରେ ଉତ୍ସବରେ ଯୋଗ ଦେବାକୁ ଚାହାନ୍ତି ଧ୍ୟାନ ଦେବାର କଥା ଯେ, ନୂଆ ସଂକ୍ରମଣ (ଓମିକ୍ରନ) ଖୁବ୍ ଦ୍ରୁତ ଗତିରେ ବ୍ୟାପୁଛି ଏଥିପାଇଁ ସାବଧାନତା ଅବଲମ୍ୱନ କରିବା ଜରୁରୀ

Leave A Reply

Your email address will not be published.