ରାଜଧାନୀର ୬୭ ୱାର୍ଡରେ ୭୦୫ଟି ବୁଥ

0

ଭୁବନେଶ୍ୱର,୧୦୩: ଭୁବନେଶ୍ୱର ମହାନଗର ନିଗମ ‌ପକ୍ଷରୁ ପୌର ନିର୍ବାଚନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରାଜଧାନୀର ୬୭ଟି ୱାର୍ଡରେ ମୋଟ ୭୦୫ଟି ବୁଥ କରାଯାଇଛି ଏହି ସବୁ ବୁଥରେ ୭୦୫ ଜଣ ପ୍ରିଜାଇଡିଂ ଅଫିସର ରହିବେ ସେପଟେ ୧୦ ପ୍ରତିଶତ ପ୍ରିଜାଇଡିଂ ଅଫିସରଙ୍କୁ ରିଜର୍ଭ ରଖାଯାଇଛି ସୁରୁଖୁରୁ ପରିଚାଳନା ପାଇଁ ୫ଟି ଆଦର୍ଶ ମତଦାନ କେନ୍ଦ୍ର କରାଯାଇଛି

ଏହି ସବୁ ବୁଥରେ ପାଣି, ଶୌଚାଳୟ ସହ ଅତ୍ୟାଧୁନିକ ବ୍ୟବସ୍ଥା କରାଯିବ ଦିବ୍ୟାଙ୍ଗ ପାଇଁ ସ୍ୱତନ୍ତ୍ର ହୁଇଲ ଚେୟାର ବ୍ୟବସ୍ଥା କରାଯିବ ସେହିପରି ରାଜଧାନୀରେ ୫ଟି ପିଙ୍କ୍‌ ବୁଥ କରାଯିବ ସେଠାରେ ପ୍ରିଜାଇଡିଂ ଅଫିସରଠୁ ଆରମ୍ଭ କରି ପୁଲିସ କର୍ମଚାରୀ ସମସ୍ତେ ମହିଳା ରହିବେସେପଟେ ରାଜଧାନୀରେ ଥିବା ଅତି ସମ୍ବେଦନଶୀଳ ବୁଥରେ ଜଣେ ଏଏସ୍‌ଆଇ ରୢାଙ୍କର ଅଧିକାରୀଙ୍କୁ ନିୟୋଜିତ କରାଯିବ ସବୁ ସରକାରୀ ସ୍ଥାନରେ ହୋର୍ଡିଂ ଏବଂ ପୋଷ୍ଟରକୁ ବାରଣ କରାଯାଇଛି କୌଣସି ପ୍ରାର୍ଥୀ ଏହାକୁ ଅବମାନନା କଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ

Leave A Reply

Your email address will not be published.