ବାତ୍ୟା ଓ ବନ୍ୟାରେ ଜଳସମ୍ପଦ ବିଭାଗ ସହିଲା ୮୭ କୋଟି କ୍ଷତି

0

ଭୁବନେଶ୍ୱର,୩୧: ବାତ୍ୟା ଓ ବନ୍ୟା ଯୋଗୁ ରାଜ୍ୟ ଜଳସମ୍ପଦ ବିଭାଗର ୮୭ କୋଟି କ୍ଷୟକ୍ଷତି ହୋଇଛି ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି କ୍ଷୟକ୍ଷତି ନେଇ ସରକାରଙ୍କୁ ପ୍ରାଥମିକ ଆକଳନ ରିପୋର୍ଟ ଦେଇଛି ବିଭାଗ ବୃହତ ଜଳ ପ୍ରକଳ୍ପ ଓ ଲୁଣା ବନ୍ଧରେ କ୍ଷତି ହୋଇଛି ୬୯.୧୮ କୋଟିଡ୍ରେନେଜରେ ୭.୬୭ କୋଟି କ୍ଷତି ହୋଇଛି ଉଠା ଜଳସେଚନ ପ୍ରକଳ୍ପରେ ପ୍ରାୟ ୨.୬୩ କୋଟି କ୍ଷତି ହୋଇଛି ମାଧ୍ୟମ ପ୍ରକଳ୍ପରେ ୭.୦୮ କୋଟି କ୍ଷତି ହୋଇଛି

ବାଲେଶ୍ୱରରେ ଏବେ ବି କିଛି ଅଞ୍ଚଳ ଜଳମଗ୍ନ ଥିବାରୁ ସମ୍ପୂର୍ଣ୍ଣ ଆକଳନ କରାଯାଇ ପାରିନାହିଁ ସ୍ଥିତି ସ୍ୱାଭାବିକ ହେଲେ ଆକଳନ କରାଯିବ ବର୍ତ୍ତମାନ ସୁଦ୍ଧା ଛୋଟ ଓ ବଡ ଘାଇକୁ ମିଶାଇ ମୋଟ ୩୫ଟି ଘାଇ ମରାମତି କରାଯାଇଛିମୋଟ ୭୭ ଘାଇ ହୋଇଛି ବାଲେଶ୍ୱରରେ ଲୁଣା ବନ୍ଧ ବହୁ ମାତ୍ରାରେ ପ୍ରଭାବିତ ହୋଇଛି ମୌସୁମୀ ବର୍ଷା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ସବୁ ମରାମତି କରାଯିବ ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି

Leave A Reply

Your email address will not be published.