ଆସନ୍ତାକାଲି ୯.୫ କୋଟି ଚାଷୀଙ୍କ ଖାତାକୁ ଆସିବ ପି.ଏମ୍ କିଷାନ ଯୋଜନାର ଆଉ ଗୋଟିଏ କିସ୍ତି

0

ନୂଆଦିଲ୍ଲୀ, ୮।୮: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଆଉ ଗୋଟିଏ କିସ୍ତି ଆସନ୍ତାକାଲି ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇ ଦିଆଯିବଏହି ଯୋଜନା ଅଧିନରେ ଏହା ନବମ କିସ୍ତି ଭାବେ ଚାଷୀମାନେ ପାଇବାକୁ ଯାଉଛନ୍ତିଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୯ ତାରିଖ ମଧ୍ୟାହ୍ନ ସାଢ଼େ ୧୨ଟାରେ ଏକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୯.୫ କୋଟି ଚାଷୀଙ୍କ ପରିବାରକୁ ୧୯.୫ କୋଟିରୁ ଅଧିକ ଟଙ୍କା ଟ୍ରାନ୍ସଫର କରିବେ ବୋଲି କହିଛନ୍ତି ଏନେଇ କେନ୍ଦ୍ର ସରକାରଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଏହି ସୂଚନା ଦିଆଯାଇଛି

ପ୍ରକାଶିତ ରିପୋର୍ଟ ମୁତାବକ, ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା ମାଧ୍ୟମରେ ପଞ୍ଜୀକୃତ କୃଷକ ପରିବାରକୁ ବର୍ଷକୁ ୬୦୦୦ ଟଙ୍କା ଲେଖାଏ ପ୍ରଦାନ କରୁଛନ୍ତି କେନ୍ଦ୍ର ସରକାର ଏହି କ୍ରମରେ କୃଷକମାନଙ୍କୁ ପ୍ରତି ୪ ମାସରେ ୨ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଉଛି ଏହି ଅର୍ଥ ସିଧାସଳଖ ପଞ୍ଜୀକୃତ କୃଷକମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ପ୍ରଦାନ କରାଯାଉଛି। ଏନେଇ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଟଙ୍କା ଟ୍ରାନ୍ସଫର କରିବା ସହ କିଛି କୃଷକମାନଙ୍କ ସହ କଥା ହେବେ ଓ ଦେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି

Leave A Reply

Your email address will not be published.