ନବମ ଓ ଦଶମରେ ସାମିଲ୍ ହେବ ନୂଆ ପାଠ୍ୟକ୍ରମ

0

କଟକ, ୧୭।୧୦: ଏଣିକି ନବମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସାମିଲ ହେବ ନୂଆ ବିଷୟ। ବୁକ୍ ରିଭ୍ୟୁ, ପ୍ରୋଜେକ୍ଟ ୱାର୍କ, କୋ କରିକୁଲାର ଏକ୍ଟିଭିଟିଜ୍‌, ବେସିକ ଆଇଟି ସ୍କିଲ୍ସକୁ ପାଠ୍ୟକ୍ରମରେ ସାମିଲ କରିବା ପାଇଁ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଶିକ୍ଷା ବର୍ଷ ୨୦୨୨-୨୩ ପାଇଁ ଏହାକୁ ଲାଗୁ କରାଯାଇଛି। ପ୍ରଥମ କରି ଏହା ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହେବ। ପରବର୍ତ୍ତୀ ଶିକ୍ଷାବର୍ଷରେ ଏହା ଉଭୟ ନବମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ଲାଗୁ ହେବ। ପ୍ରତିଟି ବିଷୟ ପାଇଁ ୨୫ ମାର୍କ ରହିଛି।

ଚାରୋଟି ପର୍ଯ୍ୟାୟରେ ଏହି ପରୀକ୍ଷା କରାଯିବ। ପ୍ରଥମ ତିନୋଟି ପର୍ଯ୍ୟାୟରେ ୫ ମାର୍କ ଲେଖାଁଏ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ଶେଷ ପର୍ଯ୍ୟାୟରେ ୧୦ ମାର୍କ ପାଇଁ ପରୀକ୍ଷା କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ତେବେ ଏହି ବିଷୟଗୁଡ଼ିକରେ ଛାତ୍ରଛାତ୍ରୀ ରଖିଥିବା ମାର୍କ ପ୍ରତିଶତ ଆଧାରରେ ଗ୍ରେଡ ପ୍ରଦାନ କରାଯିବ। ଏହି ଗ୍ରେଡ ହାଇସ୍କୁଲ ସାର୍ଟିଫିକେଟରେ ପ୍ରତିଫଳିତ ହେବ। ତେବେ ଛାତ୍ରଛାତ୍ରୀଙ୍କ ପାଇଁ ଏହା ବାଧ୍ୟତାମୂଳକ ବୋଲି ବୋର୍ଡ କହିଛି।

Leave A Reply

Your email address will not be published.