ଆସନ୍ତା ୮ରୁ ଖୋଲିବ ନବମ ଓ ଏକାଦଶ ଶ୍ରେଣୀ

ଭୁବନେଶ୍ବର, ୧।୨: କରୋନା ଏବେ ନିୟନ୍ତ୍ରଣରେ ରହିଥିବାରୁ ନବମ ଓ ଏକାଦଶ ଶ୍ରେଣୀ ଖୋଲିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ନେଇଛନ୍ତି। ଫେବ୍ରୁଆରି ୮ରୁ ଏପ୍ରିଲ ୩୦ ଯାଏ ଚାଲିବ ଏହି ଦୁଇ ଶ୍ରେଣୀ। ସୋମବାରଠାରୁ ଶନିବାର ସକାଳ ସାଢ଼େ ୮ରୁ ସାଢ଼େ ୧୦ ପର୍ଯ୍ୟନ୍ତ ପାଠପଢା ହେବ। ରବିବାର ପାଠପଢ଼ା ବନ୍ଦ ରହିବ। ପୂର୍ବ ସୂଚୀ ଅନୁସାରେ ୧୦ମ ଓ ଦ୍ବାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ଜାରି ରହିବ। ତେବେ ୧୦ମ ଶ୍ରେଣୀ ପିଲାଙ୍କ ପାଠପଢ଼ା ଦିନ ୧୧ଟାରୁ ୪ଟା ପର୍ଯ୍ୟନ୍ତ ହେବ।
ମହାମାରୀ କରୋନା ପାଇଁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ତେବେ ଜାନୁଆରି ମାସ ଗାଇଡ୍‌ଲାଇନ୍‌ରେ ରାଜ୍ୟ ସରକାର ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିଥିଲେ। କରୋନା ଗାଇଡ୍‌ଲାଇନ୍‌ ଅନୁସାରେ କ୍ଲାସ ହେବାକୁ କୁହାଯାଇଥିଲା। ପାଠ୍ୟକ୍ରମ ସାରିବାକୁ ରବିବାର କ୍ଲାସ ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହି ନିର୍ଦ୍ଦେଶନାମା ଅନୁସାରେ କ୍ଲାସ୍‌ ଚାଲିଛି। ତେବେ ଫେବ୍ରୁଆରି ମାସର ଗାଇଡ୍‌ଲାଇନ୍‌ରେ ଶିକ୍ଷାନୁଷ୍ଠାନ ଖୋଲିବା ନିଷ୍ପତ୍ତି ସମ୍ପୃକ୍ତ ବିଭାଗ ଉପରେ ଛାଡ଼ି ଦିଆଯାଇଥିଲା।

Comments are closed.