ଆସନ୍ତା ୧୬ରୁ ୯ମ ଶ୍ରେଣୀ ପିଲାଙ୍କ ସ୍କୁଲ ଖୋଲିବ

ଭୁବନେଶ୍ବର, ୫।୮: ଆସନ୍ତା ଅଗଷ୍ଟ ୧୬ ତାରିଖରୁ ୯ମ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିବ ସ୍କୁଲ। କରୋନା କଟକଣା ମଧ୍ୟରେ ୯ମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ‌ା ନେଇ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ଅଗଷ୍ଟ ୧୬ରୁ ସରକାରୀ, ସରକାରୀ ସହାୟତାପ୍ରାପ୍ତ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ୯ମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ କ୍ଲାସ୍‌ରୁମ୍‌ ପାଠପଢ଼ା ଆରମ୍ଭ ହେବ। ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ଉଭୟ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ୯ମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଅଗଷ୍ଟ ୧୬ରୁ ପାଠପଢ଼ା ଆରମ୍ଭ ହେବ। କରୋନା କଟକଣା ମଧ୍ୟରେ ସ୍କୁଲ ଖୋଲିବା ସହ ରବିବାର ଓ ଛୁଟିଦିନକୁ ଛାଡ଼ି ବାକି ଦିନ ସକାଳ ୯ଟାରୁ ଦିନ ୧୨.୩୦ ପର୍ପ୍ୟନ୍ତ ପାଠପଢ଼ା ହେବ।

ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ପିତାମାତାଙ୍କ ପରାମର୍ଶରେ ଅନଲାଇନ୍ ମୋଡ୍ କିମ୍ବା ଅଫଲାଇନ୍ ମୋଡରେ କ୍ଲାସରେ ଯୋଗ ଦେବାକୁ ଅନୁମତି ଦିଆଯାଇଛିଅଫଲାଇନ୍ ମୋଡରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଉପସ୍ଥାନ ବାଧ୍ୟତାମୂଳକ ନୁହେଁ୯ମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଅଗଷ୍ଟ ୧୬ରୁ ହଷ୍ଟେଲ ଖୋଲିବା ସହ ସରକାରଙ୍କ ପକ୍ଷରୁ ଜାରି ଏସଓପିକୁ କଡ଼ାକଡ଼ି ଭ‌ାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାପୂର୍ବରୁ, ତିନି ମାସରୁ ଅଧିକ ବ୍ୟବଧାନ ପରେ ଜୁଲାଇ ୨୬ରେ ଓଡ଼ିଶାରେ ଦଶମ ଦ୍ବାଦଶ ‌ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିଥିଲା।

 

Comments are closed.