ଶିଖ୍ ବିରୋଧୀ ଦଙ୍ଗା ପୀଡ଼ିତଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ରାଶି

ମୃତକ ପରିବାରକୁ ସାଢ଼େ ୩ ଲକ୍ଷ ଓ ଆହତ ପରିବାରକୁ ମିଳିବ ୧.୨୫ ଲକ୍ଷ

0

ନୂଆଦିଲ୍ଲ, ୫।୮: ୧୯୮୪ ମସିହାରେ ହୋଇଥିବା ଲୋମଟାଙ୍କୁରା ଶିଖ୍‌ ବିରୋଧୀ ଦଙ୍ଗା ପୀଡ଼ିତଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଲୋକସଭାରେ ଜାରି ରହିଥିବା ହୋହାଲ୍ଲା ଭିତରେ ଗୁରୁବାର ଦିନ କେନ୍ଦ୍ର ସରକାର ୧୯୮୪ ମସିହା ଶିଖ୍ ଦଙ୍ଗା ପୀଡ଼ିତମାନଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତିଏଥିରେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୩.୫୦ ଲକ୍ଷ ଟଙ୍କା ଓ ଆହତଙ୍କ ପାଇଁ ୧.୨୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି। ଲୋକସଭାରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟ ତରଫରୁ ଏହି ବିଧେୟକ ଉପସ୍ଥାପନ କରାଯାଇଥିଲା

କେବଳ ସେତିକି ନୁହେଁ ମୃତକଙ୍କ ବିଧବା ପତ୍ନୀ କିମ୍ବା ତାଙ୍କ ପରିବାରରେ ଥିବା ବୟସ୍କ ସଦସ୍ୟଙ୍କୁ ମାସିକ ୨,୫୦୦ ଟଙ୍କା ଦେବାକୁ ରାଜ୍ୟ ସରକାରମାନଙ୍କ ପାଇଁ କେନ୍ଦ୍ର ସରକାର ପ୍ରାବଧାନ କରିଛନ୍ତି ଏହି ପେନସନ୍ ସେମାନଙ୍କୁ ଜୀବନ ସାରା ମିଳିବ ଓ ଏହି ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଘୋଷଣା ହୋଇଛି।

ଉଲ୍ଲେଖଯୋଗ୍ୟ, ୨୦୧୪ ମସିହାରେ ବି କେନ୍ଦ୍ର ସରକାର ଶିଖ୍ ଦଙ୍ଗାର ପୀଡ଼ିତମାନଙ୍କ ପାଇଁ ସହାୟତା ପ୍ୟାକେଜ ୫ ଲକ୍ଷ ଟଙ୍କା ଲେଖାଏଁ କରିବାକୁ ଯୋଜନା କରିଥିଲେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟ କହିଛି ଯେ, ଆର୍ଥିକ ବର୍ଷ ୨୦୨୧-୨୨ ବଜେଟରେ ୧୯୮୪ ଦଙ୍ଗାର ପୀଡ଼ିତଙ୍କ ପରିବାର ଲୋକଙ୍କୁ ସହାୟତା ରାଶି ଦେବାକୁ ୪.୫ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ କରାଯାଇଛି

Leave A Reply

Your email address will not be published.