ବଲିଉଡ୍‌ରେ ଡ୍ରଗ୍ସ ମାମଲା: ୩୩ ଜଣଙ୍କ ନାମରେ ଚାର୍ଜସିଟ୍‌ ଦାଖଲ କଲା ଏନ୍‌ସିବି

0

ଭୁବନେଶ୍ବର, ୫।୨(ଇମିସ): ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟ ମାମଲାରେ ଡ୍ରଗ୍ସର ତଦନ୍ତ କରୁଥିବା ନାର୍କୋଟିକ୍ସ ସେଣ୍ଟ୍ରାଲ ବ୍ୟୁରୋ (NCB) ଶୁକ୍ରବାର ମୁମ୍ବାଇର ଏନ୍‌ଡିପିଏସ୍‌ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି। ଏନସିବି ପାଖାପାଖି ୩୦ ହଜାର ପୃଷ୍ଠା ବିଶିଷ୍ଟ ଚାର୍ଜସିଟ୍ କୋର୍ଟରେ ଦାଖଲ କରିଛି। ଏଥିରେ ୧୨ ହଜାର ପୃଷ୍ଠାର ହାର୍ଡ କପି ଓ ସିଡି ପ୍ରମାଣ ଅଛି। ଚାର୍ଜସିଟରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବ୍ୟତୀତ ୩୩ ଜଣଙ୍କ ନାମ ରହିଛି। ରିୟାଙ୍କ ସମେତ ତାଙ୍କ ଭାଇ ସୌଭିକ୍, ଦିପେଶ ସାୱନ୍ତ, ସାମୁଏଲ ମିରାଣ୍ଡା, କ୍ଷୀତିଜ ପ୍ରସାଦ ଓ କିଛି ଡ୍ରଗ୍ସ ପ୍ୟାଡଲରଙ୍କ ନାଁ ମଧ୍ୟ ଚାର୍ଜସିଟରେ ରହିଛି।

ଗତ ବର୍ଷ ଅଗଷ୍ଟ ମାସରେ ଏନ୍‌ସିବି ଡ୍ରଗ୍ସ ମାମଲାରେ ଏଫ୍‌ଆଇଆର୍ ଦାଖଲ କରିଥିଲା। ଏହାର ୧୮୦ ଦିନ ଅର୍ଥାତ ୬ ମାସ ପରେ ଆଜି ଏନ୍‌ସିବି ପୂରା କେସ୍‌ର ଚାର୍ଜସିଟ୍ କୋର୍ଟରେ ଦାଖଲ କରିଛି। ଚାର୍ଜସିଟରେ ଏନ୍‌ସିବି ଯେଉଁମାନଙ୍କ ନାମ ରଖିଛି, ସେ ସମସ୍ତଙ୍କୁ ଏନ୍‌ସିବି ଗିରଫ କରିଥିଲା। ଚାର୍ଜସିଟରେ ଅଭିଯୁକ୍ତଙ୍କ ଡାଟା ରେକର୍ଡ କପି, ବ୍ୟାଙ୍କ ଷ୍ଟେଟ୍‌ମେଣ୍ଟ, କ୍ରେଡିଟ୍ କାର୍ଡ, ଡେବିଡ୍ କାର୍ଡ ଓ ଟ୍ରାଭେଲିଂ ଡିଟେଲ୍ସ ରହିଛି।

ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ କରୁଥିବା ବେଳେ ଇଡିକୁ ଡ୍ରଗ୍ସ ସମ୍ବନ୍ଧିତ କିଛି ଚାଟ୍ ମିଳିଥିଲା। ଯାହା ପରେ ଇଡି ସେହି ଚାଟ୍ ଏନ୍‌ସିବିକୁ ହସ୍ତାନ୍ତର କରିଥିଲା। ଏହା ପରେ କେସରେ ଏନସିବିର ଏଣ୍ଟ୍ରୀ ହୋଇଥିଲା ଏବଂ ତଦନ୍ତ ଦ୍ରୁତ ଗତିରେ ଆଗକୁ ବଢ଼ିଥିଲା। ଏନ୍‌ସିବି ତଦନ୍ତ ବେଳେ ବଲିଉଡ୍ର ଏକାଧିକ ଆଗଧାଡ଼ିର କଳାକାରକୁ ଘନଘନ ଜେରା କରିଥିଲା। ଏଥିରେ ରିୟାଙ୍କ ବ୍ୟତୀତ ଦୀପିକା ପାଦୁକୋନ, ସାରା ଅଲୀ ଖାନ୍, ଶ୍ରଦ୍ଧା କପୁର ଓ ଅର୍ଜୁନ ରାମପଲଙ୍କ ନାଁ ସାମିଲ୍ ଥିଲା।

Leave A Reply

Your email address will not be published.