ଏବେ ବନ୍ଦ ହେବ ନାହିଁ ଉତ୍କଳ ବିଶ୍ବ ବିଦ୍ୟାଳୟ ହଷ୍ଟେଲ

0

ଭୁବନେଶ୍ବର, / : ଏବେ ବନ୍ଦ ହେବ ନାହିଁ ଉତ୍କଳ ବିଶ୍ବବିଦ୍ୟାଳୟର ହଷ୍ଟେଲ। ଆଗକୁ ସ୍ଥିତି ସଙ୍ଗୀନ ହେଲେ ଏନେଇ ବିଚାର କରାଯିବ। କିନ୍ତୁ ଏବେ ପିଲାମାନଙ୍କ ଶିକ୍ଷା ଓ ଭବିଷ୍ୟତ ଦୃଷ୍ଟିରୁ ହଷ୍ଟେଲଗୁଡ଼ିକ ଖୋଲା ରହିବ ବୋଲି କହିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ହଷ୍ଟେଲ ବନ୍ଦକୁ ନେଇ ଶୁକ୍ରବାର ଉତ୍କଳ ବିଶ୍ବବିଦ୍ୟାଳୟ ପରେ ଜାତୀୟ ରାଜପଥରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ। ବିକ୍ଷୋଭ ପ୍ରଦର୍ଶନ ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ତାଙ୍କ ପ୍ରତିକ୍ରିୟା ରଖିବା ସହିତ ବର୍ତ୍ତମାନ ହଷ୍ଟେଲ ଖୋଲା ରହିବ ବୋଲି କହିଛନ୍ତି।

ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ, ମହାମାରୀ କରୋନ ପାଇଁ ଶିକ୍ଷା ବ୍ୟବସ୍ଥାରେ ବିଶେଷ ପ୍ରଭାବ ପଡ଼ୁଛି। ବିଶେଷ କରି କିଛିଦିନ ହେବ ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଏସବୁ ପରିସ୍ଥିତରେ ସ୍କୁଲ, କଲେଜ ବନ୍ଦ ହେଉଥିବା ବେଳେ ବର୍ତ୍ତମାନ ଉତ୍କଳ ବିଶ୍ବବିଦ୍ୟାଳୟର ହଷ୍ଟେଲ ଖୋଲା ରହିବ। ଯଦି ଆଗକୁ ପରିସ୍ଥିତି ବିଗିଡ଼ିବ ତେବେ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ସାହୁ କହିଛନ୍ତି।

ଏଥିସହିତ ସେ ଆହୁରି କହିଛନ୍ତି ଯେ, ପିଲାମାନଙ୍କୁ ପଢ଼ିବାକୁ ସୁଯୋଗ ଦେବାକୁ ହଷ୍ଟେଲ ଗୁଡ଼ିକ ଖୋଲା ରହିବ। ଆଗକୁ କରୋନା ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।

ସୂଚନା ଥାଉକି, ବିଏମସି ନିର୍ଦ୍ଦେଶରେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ବନ୍ଦ ନିଷ୍ପତ୍ତି ନେଇଥିଲେ। ୧୨ ସୁଦ୍ଧା ୪ର୍ଥ ସେମିଷ୍ଟର ପିଲାମାନଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ୧୬ ସୁଦ୍ଧା ପ୍ରଥମ ସେମିଷ୍ଟାର ପିଲାଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

Leave A Reply

Your email address will not be published.