ସୋମବାରଠାରୁ ପୁରୀ ବାହାର ଜିଲ୍ଲା ଲୋକଙ୍କୁ ସ୍ବର୍ଗଦ୍ବାରା ମନା

0

ଭୁବନେଶ୍ବର, ୨୫।୪: ସୋମବାରଠାରୁ ବାହାର ଜିଲ୍ଲା ଲୋକଙ୍କୁ ପୁରୀ ସ୍ବର୍ଗଦ୍ବାର ମନା। ଦିନକୁ ଦିନ କୋଭିଡ ଆକ୍ରନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପୁରୀ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ପ୍ରଶାସନ ପକ୍ଷରୁ ସୋମବାର ଦିନଠାରୁ ଏହା ବନ୍ଦ କରାଯିବା ନେଇ ନିଷ୍ପିତ୍ତି ହୋଇଛି। ଯେହେତୁ କୋଭିଡ ସଂକ୍ରମଣ ରାଜ୍ୟରେ ବ୍ୟାପିବାରେ ଲାଗିଲାଣି ତାହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି। ଅଧିକରୁ ଅଧିକ ଶବ ସତ୍କାର ପାଇଁ ଜିଲ୍ଲା ବାହାରୁ ଲୋକମାନେ ଆସିଲେ ଏଠାରେ କୋଭିଡ ବ୍ୟାପିବାର ଆଶଙ୍କା ରହିଛି ପୁର୍ବରୁ ୨୦୨୦ରେ ମଧ୍ୟ ଏଭିଳି ପଦକ୍ଷେପ ନିଆଯାଇ ଶବ ସତ୍କାର ସମ୍ପୂର୍ଣ୍ଣ ବନ୍ଦ କରିଦିଆ ଯାଇଥିଲା। କେବଳ ପୂରୀ ଜିଲ୍ଲାରେ ଲୋକମାନଙ୍କୁ ଶବ ସତ୍କାର କରିବାକୁ ଅନୁମତି ଦିଆଯାଇଥିଲା।

ଅନ୍ୟପଟେ ପୁରୀ ସେବାୟତମାନଙ୍କୁ ସ୍ୱାସ୍ଥ୍ୟବୀମା ମିଳିବ ବୋଲି କୁହାଯାଇଛି। ପ୍ରତି ସେବାୟତଙ୍କ ପରିବାରକୁ ଚିକିତ୍ସା କ୍ଷେତ୍ରରେ ଲକ୍ଷ ଟଙ୍କାର ବୀମା ସୁରକ୍ଷା ମିଳିବ। ଗୁରୁତର ଅସୁସ୍ଥ ରହିଲେ ଅତିରିକ୍ତ ଲକ୍ଷ ଟଙ୍କା ସହାୟତା ମିଳିବ କ୍ୟାନସର, କିଡୀନି ପ୍ରତିରୋପଣ କ୍ଷେତ୍ରରେ ଲକ୍ଷ ଅତିରିକ୍ତ ବୀମା ସୁରକ୍ଷା ଦିଆଯିବ ୨୫ ଜଣ ପର୍ଯ୍ୟନ୍ତ ଚିକିତ୍ସିତ ବ୍ୟକ୍ତିଙ୍କୁ ଲକ୍ଷ ପର୍ଯ୍ୟନ୍ତ ବୀମା ସୁରକ୍ଷା ମିଳିବ ଏନେଇ ଶ୍ରୀମନ୍ଦିର ପକ୍ଷରୁ ଟ୍ୱିଟ ଯୋଗେ ସୁଚନା ଦିଆଯାଇଛି

Leave A Reply

Your email address will not be published.