ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ

0

ନୂଆଦିଲ୍ଲୀ, ୧୯।୭: ଆଜିଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶ। ଏହା ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ଏଥିରେ ସମୁଦାୟ ୧୯ଟି କାର୍ଯ୍ୟ ଦିବସ ରହିଛି ଏହି ଅଧିବେଶନରେ ସରକାର ୨ଟି ଆର୍ଥିକ ବିଧେୟକ ସମେତ ସମୁଦାୟ ୩୧ଟି ବିଲ୍‌ ଉପସ୍ଥାପିତ କରିବେ ଜନସଂଖ୍ୟା ନିୟନ୍ତ୍ରଣ ସମ୍ପର୍କିତ ବିଧେୟକ ଗୃହରେ ଉପସ୍ଥାପନ କରାଯାଇପାରେ ବୋଲି ଅନୁମାନ କରାଯାଉଛି। ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ବିଶେଷ କରି ତୈଳ ଦର ବୃଦ୍ଧି, ବିପର୍ଯ୍ୟସ୍ତ ଅର୍ଥନୀତି, ଚାଷୀ ଆନ୍ଦୋଳନ, କରୋନା ମୁକାବିଲା, ଚୀନ୍‌ ସୀମା ବିବାଦ ଓ ରାଫେଲ ଆଦି ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀମାନେ ପ୍ରସ୍ତୁତି କରିଛନ୍ତିସେପଟେ ବିରୋଧୀଙ୍କ ମୁକାବିଲା ଲାଗି ସରକାର ମଧ୍ୟ ରଣନୀତି ବନାଇଛନ୍ତି

ଅଧିବେଶନ ପୂର୍ବରୁ ରବିବାର ଦିନ ସରକାରଙ୍କ ପକ୍ଷରୁ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା ବୈଠକରେ ୩୩ଟି ରାଜନୈତିକ ଦଳର ପ୍ରତିନିଧି ଓ ନେତାମାନେ ଅଂଶଗ୍ରହଣ କରିଥିଲେ ସରକାର ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ଗୃହର ନୀତି ନିୟମ ଅନୁସାରେ ଆଲୋଚନା ସୁସ୍ଥ ତଥା ଅର୍ଥପୂର୍ଣ୍ଣ ହେବା ଆବଶ୍ୟକ ବୋଲି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀ ଦଳ ନେତାମାନଙ୍କୁ କହିଥିଲେ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ରାଜ୍ୟସଭାରେ ବିଜେପି ନେତା ପିୟୂଷ ଗୋୟଲ, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲିକାର୍ଜୁନ ଖଡ଼ଗେ, ଲୋକସଭାରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ, ଟିଏମ୍‌ସିର ଡେରେକ ଓବ୍ରିଏନ ଓ ସୁଦୀପ ବନ୍ଦୋପାଧ୍ୟାୟ, ଡିଏମ୍‌କେର ତିରୁଚି ଶିବା, ବିଜେଡିର ପିନାକି ମିଶ୍ର ଓ ପ୍ରସନ୍ନ ଆଚାର୍ଯ୍ୟ, ୱାଇଏସ୍‌ଆର କଂଗ୍ରେସର ମିଥୁନ ରେଡ୍ଡି ଓ ବିଜୟ ସାଇ ରେଡ୍ଡି, ଅକାଳୀ ଦଳର ହରସିମ୍ରତ କୌର ବାଦଲ, ଶିବସେନାର ସଞ୍ଜୟ ରାଉତ, ସପାର ରାମଗୋପାଳ ଯାଦବ, ବସପାର ସତୀଶ ମିଶ୍ର, ଆପ୍‌ନା ଦଳର ଅନୁପ୍ରିୟା ପଟେଲଏଲ୍‌ଜେପି ନେତା ପଶୁପତି କୁମାର ପାରସ ପ୍ରମୁଖ ଯୋଗ ଦେଇଥିଲେ

ସେହିଭଳି ଆଜି ଏନ୍‌ଡିଏ ଦଳର ନେତାମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା ପ୍ରଧାନମନ୍ତ୍ରୀ ଏଥିରେ ଅଧ୍ୟକ୍ଷତା କରିଥିଲେ ଏହି ଅବସରରେ ସେ ଗୃହରେ କୌଣସି ପ୍ରସଙ୍ଗ ଉପରେ ଆଲୋଚନାରେ ଅଧିକରୁ ଅଧିକ ସଂଖ୍ୟକ ସଦସ୍ୟ ଅଂଶଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ସେଥିପାଇଁ ପୂର୍ବରୁ ଆବଶ୍ୟକ ପ୍ରସ୍ତୁତି ହୋଇ ଆସିବାକୁ ସେ କହିଥିଲେ । ସଂସଦରେ ସଦସ୍ୟମାନେ ଉପସ୍ଥିତ ରହିବା ସହ ପରସ୍ପର ମଧ୍ୟରେ ଉପଯୁକ୍ତ ସମନ୍ୱୟ ରଖାଯିବା ଆବଶ୍ୟକ ବୋଲି ମୋଦି କହିଥିଲେ । ବୈଠକରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା ଉପସ୍ଥିତ ଥିଲେ । ସେହିଭଳି ସହଯୋଗୀ ଦଳର ସଦସ୍ୟମାନେ ମଧ୍ୟ ବୈଠକରେ ଯୋଗଦେଇଥିଲେ ।

Leave A Reply

Your email address will not be published.