କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସଂସଦୀୟ ଦଳ

ବକେୟା ସବ୍ସିଡି ଟଙ୍କା ପ୍ରଦାନ ଓ ବଳକା ଚାଉଳ ଉଠାଣ ପାଇଁ ଦାବି

ନୂଆଦିଲ୍ଲୀ, ୨୦।୭: ଆଜି ବିଜୁ ଜନତା ଦଳ(ବିଜେଡି)ର ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ମଣ୍ଡିରେ ପଡ଼ିଥିବା ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଓ ଚାଷୀମାନଙ୍କୁ ବକେୟା ସବ୍‌ସିଡି ପ୍ରଦାନ କରିବା ଦାବିରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ପୀୟୂଷ ଗୋଏଲ୍‌ଙ୍କୁ ଭେଟିଛନ୍ତି। ବିଜେଡି ସାଂସଦଙ୍କ ପ୍ରତିନିଧି ଦଳ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଚାଷୀଙ୍କ ସମସ୍ୟା ଉପସ୍ଥାପନ କରିବା ସହ ସେମାନଙ୍କଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ସାଂସଦଙ୍କ ସହ ଆଲୋଚନା ପରେ କେନ୍ଦ୍ରମନ୍ତ୍ରୀ ଗୋଏଲ ଏହି ପ୍ରସଂଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଓଡ଼ିଶାର ଦାବି ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ସମୟରେ ପ୍ରସନ୍ନ ଆଚାର୍ଯ୍ୟ, ମୁନ୍ନା ଖାନ୍‌, ଚନ୍ଦ୍ରାଣୀ ମୁର୍ମୁ, ଅନୁଭବ ମହାନ୍ତି, ସସ୍ମିତ ପାତ୍ର ଓ ଅମର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ବକେୟା ସବ୍‌ସିଡି ଟଙ୍କା ପ୍ରଦାନ ଓ ବଳକା ଚାଉଳ ଉଠାଣ ପାଇଁ ଦାବି କରିଛନ୍ତି। ଏହା ସହ ଅଖା ଅଭାବ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ବିଜେଡି ସାଂସଦ।

 

 

Comments are closed.