ଭାରତରେ କରୋନା ସକ୍ରିୟ ମାମଲା ନିୟମିତ ହ୍ରାସ ପାଇବାରେ ଲାଗିଛି

0

ଭାରତରେ କରୋନା ସକ୍ରିୟ ମାମଲା ନିୟମିତ ଭାବେ ହ୍ରାସ ପାଇବାରେ ଲାଗିଛି । କ୍ରମାଗତ ଦ୍ୱିତୀୟ ଦିନରେ ସକ୍ରିୟ ମାମଲା 8 ଲକ୍ଷ ତଳେ ଥିବା ବେଳେ ଏହି ସଂଖ୍ୟା 7,83,311 ରହିଛି । ଦେଶରେ ମୋଟ ପଜିଟିଭ୍ ମାମଲାର 10.45% ସକ୍ରିୟ ମାମଲା ରହିଛି ।

22ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ ମାମଲା 20 ହଜାର ତଳେ ରହିଛି ।

13 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ 20 ହଜାରରୁ ଅଧିକ, କିନ୍ତୁ 50 ହଜାରରୁ କମ୍ ସକ୍ରିୟ ମାମଲା ରହିଥିବା ବେଳେ 3ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ ମାମଲା 50 ହଜାରରୁ ଅଧିକ ରହିଛି ।

ଦେଶରେ ସକ୍ରିୟ ମାମଲା ହ୍ରାସ ପାଉଥିବା ବେଳେ କ୍ରମାଗତ ଭାବେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଛି । ମୋଟ ସୁସ୍ଥଙ୍କ ସଂଖ୍ୟା 65,97,209ରେ ପହଞ୍ଚିଛି । ସୁସ୍ଥ ସଂଖ୍ୟା ଓ ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ 58 ଲକ୍ଷ (58,13,898)କୁ ଟପିଛି । ଜାତୀୟ ସୁସ୍ଥ ହାର 88.03%କୁ ବୃଦ୍ଧି ପାଇଛି ।

ଗତ 24 ଘଣ୍ଟା ମଧ୍ୟରେ 72,614 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବା ବେଳେ 61,871 ନୂଆ ପଜିଟିଭ୍ ମାମଲା ଆସିଛି ।

ନୂଆ ସୁସ୍ଥଙ୍କ ମଧ୍ୟରୁ 79% ଆସିଛି 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । କେବଳ ମହାରାଷ୍ଟ୍ରରେ 14 ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି ।

ଗତ 24 ଘଣ୍ଟା ମଧ୍ୟରେ 61,871 ନୂଆ ପଜିଟିଭ ମାମଲା ସାମନାକୁ ଆସିଛି । ଏଥିରୁ 79% 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି ।

ଲଗାତର ଭାବେ ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ 10 ହ

ଜାର ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି । ଏହା ପଛକୁ କେରଳରେ 9 ହଜାରରୁ ଅଧିକ ମାମଲା ଆସିଛି ।

ଗତ 24 ଘଣ୍ଟା ମଧ୍ୟରେ 61,871 ନୂଆ ପଜିଟିଭ ମାମଲା ସାମନାକୁ ଆସିଛି । ଏଥିରୁ 79% 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି ।

ଲଗାତର ଭାବେ ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ 10 ହଜାର ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି । ଏହା ପଛକୁ କେରଳରେ 9 ହଜାରରୁ ଅଧିକ ମାମଲା ଆସିଛି ।

Leave A Reply

Your email address will not be published.