ଜିଲ୍ଲାପରିଷଦ ଆସନ ଲାଗି ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ

0

ଭୁବନେଶ୍ବର, ୫/୧୧: ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ପଞ୍ଚାୟତରାଜ ବିଭାଗ ତରଫରୁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ଜିଲ୍ଲା ପରିଷଦ ଆସନ ଲାଗି ସଂରକ୍ଷଣ ତାଲିକା ପ୍ରକାଶ ପାଇଛି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅଧିସୂଚନା ସଂଖ୍ୟା ୧୭୮୧୧ ତା୧୬.୧୦.୨୦୨୧ରେ ପ୍ରକାଶ କରି ସର୍ବ ସାଧାରଣଙ୍କଠାରୁ ଅଭିଯୋଗ/ପରାମର୍ଶ ଆହ୍ବାନ କରାଯାଇଥିଲା। ଓଡ଼ିଶା ଜିଲ୍ଲା ପରିଷଦ ଅଧିନିୟମ ୧୯୯୧ର ଧାରା ୮ଅନ୍ତର୍ଗତ ଉପଧାରା(୩)ରେ ଅର୍ପିତ କ୍ଷମତା ବଳରେ ରାଜ୍ୟର ଜିଲ୍ଲା ପରିଷଦ ଆସନ ଗୁଡ଼ିକ ସଂରକ୍ଷଣ ଚିଠା ପ୍ରସ୍ତୁତ କରାଯାଇଛି ୩୦ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀରୁ ୧୫ଟିରେ ମହିଳାଙ୍କ ସଂରକ୍ଷିତ ରହିଛି।

ଏହି ତାଲିକାରେ ସମସ୍ତ ଜାତି ବର୍ଗକୁ ଆଧାର କରି ଆସନ ପ୍ରଦାନ କରାଯାଇଛିପଛୁଆବର୍ଗ ମହିଳା, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ସାଧାରଣ ବର୍ଗର ମହିଳାମାନଙ୍କ ଲାଗି ମଧ୍ୟ ଆସନ ସଂରକ୍ଷିତ ରଖାଯାଇଛି। ଅନ୍ୟପଟେ ଅନ୍ୟ ୧୫ଟି ଆସନକୁ ଅଣସଂରକ୍ଷିତ ରଖାଯାଇଛି । ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ତାଲିକାରେ ଅ୍ରନୁଗୁଳ, ଖୋର୍ଦ୍ଧା, ନୟାଗଡ଼ ଏବଂ ସୋନପୁର ଜିଲ୍ଲାପରିଷଦ ଆସନ ପଛୁଆ ବର୍ଗର ମହିଳାଙ୍କ ଲାଗି ସଂରକ୍ଷଣ ରଖାଯାଇଛି। ସେହିପରି ମହିଳାଙ୍କ ପାଇଁ ସଂରକ୍ଷିତ ପଦବୀ ମଧ୍ୟରୁ ଓବିସିକୁ ୨, ଏସସି ୨, ଏସଟି ୫ ଓ କେବଳ ମହିଳାଙ୍କ ୬ଟି ଆସନ ସଂରକ୍ଷିତ ରହିଛି। ସେହିପରି ମୋଟ ପଦବୀ ମଧ୍ୟରୁ ଏସଟି ଲାଗି ୧୦, ଏସସି ପାଇଁ ୪, ଓବିସିର ୪ ଓ ଅଣସଂରକ୍ଷିତ ବର୍ଗରେ ୬ପଦବୀ ରହିଛି।

Leave A Reply

Your email address will not be published.