ନୂଆବର୍ଷ ସମେତ ପୂର୍ବ ଓ ପରଦିନ କାଳିଆ ଦର୍ଶନ ବନ୍ଦ

0

ଭୁବନେଶ୍ବର, ୧୦।୧୨: ନୂଆବର୍ଷରେ ବନ୍ଦ ରହିବ ପୁରୀ ଶ୍ରୀମନ୍ଦିର। ସାଧାରଣ ଲୋକେ କରିପାରିବେନି ମହାପ୍ରଭୁଙ୍କ ଦର୍ଶନ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଷନ କୁମାର ଏହି ସୂଚନା ଦେଇଛନ୍ତି। ନୂଆ ବର୍ଷରେ ଶ୍ରୀମନ୍ଦିରରରେ ସମ୍ଭାବ୍ୟ ଭିଡ଼କୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି। କେବଳ ନୂଆବର୍ଷ ନୁହେଁ, ତା’ ପୂର୍ବ ଦିନ ଅର୍ଥାତ୍ ଡିସେମ୍ବର ୩୧ ତାରିଖରେ ମଧ୍ୟ ସାଧାରଣ ଲୋକେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ। ସେହିଭଳି ନୂଆ ବର୍ଷ ପରଦିନ ରବିବାର ପଡ଼ୁଥିବାରୁ, ସେଦିନ ବି ଦର୍ଶନ ବନ୍ଦ ରହିବ। ଆଜି ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି ସୂଚନା ଦେଇଛନ୍ତି। କୋଭିଡ୍ ପାଇଁ ଚଳିତ ବର୍ଷ ବିଭିନ୍ନ ପର୍ବପର୍ବାଣୀ ସମୟରେ ଶ୍ରୀମନ୍ଦିରକୁ ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ ବନ୍ଦ ରଖାଯାଇଥିଲା।

 

Leave A Reply

Your email address will not be published.