ବିଧାୟକ ବଦ୍ରି ନାରାୟଣ ପାତ୍ର ଗୁରୁତର

ଉନ୍ନତ ଚିକିତ୍ସା ପାଇଁ ହାଇହ୍ରାବାଦକୁ ଏୟାରଲିଫ୍ଟ

0

ଭୁବନେଶ୍ବର, ୧୧।୧୨: ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ତାଙ୍କୁ ଆଜି ଭୁବନେଶ୍ୱରରୁ ହାଇଦ୍ରାବାଦକୁ ଏୟାରଲିଫ୍ଟ କରାଯାଇଛି। ତାଙ୍କ ପୁଅ ଦେବପ୍ରିୟ ପାତ୍ର ଏହି ସୂଚନା ଦେଇଛନ୍ତି। ଅସୁସ୍ଥ ଶ୍ରୀ ପାତ୍ରଙ୍କୁ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ହାଇଦ୍ରାବାଦ ପଠାଯାଇଛି। ତାଙ୍କ ସହିତ ତାଙ୍କ ପତ୍ନୀ ଓ ସାନ ପୁଅ ଯାଇଛନ୍ତି। ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଶ୍ରୀ ପାତ୍ର କହିଛନ୍ତି, ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଡାକ୍ତରଙ୍କ ସହିତ ଯୋଗାଯୋଗ କରାଯାଇଥିଲା। ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା ବେଳେ ତାଙ୍କ ହାର୍ଟରେ ଦୁଇଟି ବ୍ଳକେଜ ଥିବା ଜଣାପଡ଼ିଥିଲା। ଏହା ପରେ ଅପରେସନ୍ ହୋଇଥିଲା। କିନ୍ତୁ ତା’ପରେ ପେଟରେ ଆଭ୍ୟନ୍ତରୀଣ ରକ୍ତ ପ୍ରବାହ ହେଉଥିବା ଜଣାପଡ଼ିଥିଲା। ଏହା ପରେ ଡାକ୍ତରମାନେ ଉନ୍ନତ ଚିକିତ୍ସା ପାଇଁ ହାଇଦ୍ରାବାଦ ନେଇ ଯିବାକୁ କହିଥିଲେ। ସୂଚନାଯୋଗ୍ୟ, ୨୦୦୯ରୁ ଲଗାତାର ଭାବେ ଘସିପୁରାରୁ ବିଧାନସଭାକୁ ନିର୍ବାଚିତ ହୋଇଆସୁଥିବା ଶ୍ରୀ ପାତ୍ର ପୂର୍ବରୁ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

Leave A Reply

Your email address will not be published.