୧୪ରେ କଂଗ୍ରେସର ରାଜ୍ୟବ୍ୟାପୀ ଆନ୍ଦୋଳନ

ଭୁବନେଶ୍ବର, ୧୧।୧୨: ମମିତା ମେହେର ହତ୍ୟା ମାମଲାରେ ଗୃହମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଆନ୍ଦୋଳନରତ ଛାତ୍ରମାନଙ୍କ ଉପରେ ପୁଲିସର ବର୍ବର ଆକ୍ରମଣ ଓ କଂଗ୍ରେସ ଭବନରେ ଅନୁପ୍ରବେଶ ପ୍ରତିବାଦରେ ଆସନ୍ତା ୧୪ ତାରିଖରେ କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯିବ। ସମସ୍ତ ଜିଲ୍ଲାର ଏସ୍‌ପି ଅଫିସ ଆଗରେ ସକାଳ ୯ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଏହି ବିକ୍ଷୋଭ ଅନୁଷ୍ଠିତ ହେବ।

ପିସିସି ଗଣମାଧ୍ୟମ କମିଟି ଅଧ୍ୟକ୍ଷ ଗଣେଶ୍ୱର ବେହେରା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ପୁଲିସର ବର୍ବର ଆକ୍ରମଣ ଓ କଂଗ୍ରେସ ଭବନ ଭିତରେ ବେଆଇନ ଭାବେ ପୁଲିସ ପଶି ଛାତ୍ରମାନଙ୍କୁ ମାରପିଟ୍ କରିବା ଘଟଣାକୁ ଦଳ କଡ଼ା ଭାଷାରେ ନିନ୍ଦା କରୁଛି। ପିସିିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିଷ୍ପତ୍ତି ଅନୁସାରେ ଆସନ୍ତା ୧୪ତାରିଖରେ ଦଳ ପକ୍ଷରୁ ସମସ୍ତ ଜିଲ୍ଲା ଏସପି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। କଂଗ୍ରେସର ସମସ୍ତ ବରିଷ୍ଠ ନେତୃବୃନ୍ଦ, ସାଂସଦ, ବିଧାୟକ, ପୂର୍ବତନ ମନ୍ତ୍ରୀ, ପୂର୍ବତନ ବିଧାୟକ ଏବଂ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ପରାମର୍ଶ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଦଳର ସବୁ ୱିଙ୍ଗ କର୍ମକର୍ତ୍ତା ଓ କର୍ମୀମାନଙ୍କୁ ସାମିଲ ହେବେ।

Comments are closed.