ସ୍ଥଗିତ ହେଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ

0

ଭୁବନେଶ୍ବର, ୧୩।୧୨: ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମରୋହ ସ୍ଥଗିତ। ଏହି ପୁରସ୍କାର ପ୍ରଦାନ ଉପରେ ଅନ୍ତରୀଣ ରହିତାଦେଶ ଦେଲେ ହାଇକୋର୍ଟ। ସମସ୍ତ ବିଭାଗର ପୁରସ୍କାର ନିମନ୍ତେ ପୁନଃ ମୂଲ୍ୟାୟନ କରି ଚୟନ କରିବାକୁ ନିର୍ଦ୍ଦେଶ ରହିଛି। ସେପଟେ ଏହି ପୁରସ୍କାର ଚୟନ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ ନିର୍ଦ୍ଦେଶକ ବବି ଇସଲାମ। ଆସନ୍ତା ୧୭ ତାରିଖରେ ପ୍ରଦାନ କରାଯାଇଥାନ୍ତା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ୨୦୨୨ ଜାନୁୟାରୀ ୭ ସୁଦ୍ଧା ପୁନଃ ବିଚାର କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ହୋଇଛି।
ପ୍ରକାଶ ଥାଉ, ଚଳିତ ବର୍ଷ ଘୋଷଣା ହୋଇଥିବା ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାରକୁ ନେଇ କଳାକାର ସଂଘ ଓ ନିର୍ଦ୍ଦେଶକ, ପ୍ରଯୋଜକମାନଙ୍କ ତରଫରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଚଳଚ୍ଚିତ୍ର ‘ଛବିରାଣୀ’ ଟିମ୍ କଟକଠାରେ ପୁରସ୍କାରକୁ ନେଇ ବର୍ଷିଥିଲା ବେଳେ ଭୁବନେଶ୍ୱରଠାରେ ସାମ୍ବାଦିକ ସମ୍ମିଳନୀ କରିଥିଲେ। ପୁରସ୍କାର ମନୋନୟନରେ ଜୁରୀମାନେ ପାତରଅନ୍ତର ଓ ପକ୍ଷପାତିତା କରିଥିବା ଅଭିଯୋଗ କରିଥିଲେ ।
ସିଧାସଳଖ ଜଣେ ଜୁରୀଙ୍କୁ ବ୍ୟକ୍ତିଗତ ଭାବେ ଆକ୍ଷେପ କରିଥିଲେ। ଚଳଚ୍ଚିତ୍ର ନିର୍ମାଣରେ ତାଙ୍କ ୟୁନିଟ୍ର ସହାୟତା ନନେବାରୁ ସେ ରାଗ ରଖି ଏଭଳି କରିଛନ୍ତି ବୋଲି କହିଥିଲେ। ତେଣୁ ଏହାର ଏକ ନିରପେକ୍ଷ ତଦନ୍ତ ହେବା ଦରକାର । ପୂରା ପ୍ରକିୟାକୁ ବାତିଲ କରାଯାଇ ଆଉଥରେ ପୁରସ୍କାର ଚୟନ କରାଯାଉ ବୋଲି ଅଭିଯୋଗ ହୋଇଥିଲା । ଯେଉଁମାନେ ପ୍ରକୃତରେ ପୁରସ୍କାର ପାଇବାକୁ ଯୋଗ୍ୟ ସେମାନଙ୍କୁ ପ୍ରଦାନ କରାଯାଉ । ଯଦି ସରକାର ଏହାର ପୁନର୍ବିଚାର ନକରନ୍ତି ତେବେ ସମୂହ ମୁଖ୍ୟମନ୍ତ୍ରୀଙ୍କ ଘର ଆଗରେ ଆତ୍ମାହୁତି ଦେବୁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଯୋଜକ, ନିର୍ଦ୍ଦେଶକ ବବି ଇସ୍ଲାମ୍, ଅଭିନେତା ମିଟୁ ମିଥୁନ, ଅମନ, ବିଭୁତି ଭାରତ, ତ୍ରିଲୋଚନ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି ଘୋଷଣା କରିଥିଲେ।

Leave A Reply

Your email address will not be published.