ଆସନ୍ତାକାଲିଠାରୁ ଦଶମ ଶ୍ରେଣୀ ସମ୍ମେଟିଭ୍‌ ପରୀକ୍ଷା

0

ଭୁବନେଶ୍ବର, ୪।୧: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଦଶମ ଶ୍ରେଣୀ ସମ୍ମେଟିଭ୍‌ ପରୀକ୍ଷା। ୮ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ପରୀକ୍ଷା ଚାଲିବ। ପ୍ରଥମ ତିନି ଦିନ ଥିଓରୀ ପରୀକ୍ଷା ଦୁଇଟି ସିଟିଂରେ ହେବ। ୮ ତାରିଖ କେବଳ ପ୍ରାକ୍ଟିକାଲ ପରୀକ୍ଷା କରାଯିବ। ଏଥିପାଇଁ ସବୁପ୍ରକାର ପ୍ରସ୍ତୁତି ସରିଛି। ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ମାଧ୍ୟମିକ ଶିକ୍ଷାପରିଷଦ ସଭାପତି(ବୋର୍ଡ) ରାମାସିସ ହାଜରା।

ଦଶମ ସମ୍ମେଟିଭ୍‌ ପରୀକ୍ଷା ପାଇଁ ୩୦୯୩  କେନ୍ଦ୍ର କରାଯାଇଛି। ପ୍ରଶ୍ନପତ୍ର ରଖିବା ପାଇଁ ବୋର୍ଡ ପକ୍ଷରୁ ୩୧୧ ନୋଡାଲ ସେଣ୍ଟର ଖୋଲାଯାଇଛି। ସେଥିମଧ୍ୟରୁ ୨୨ଟି ଥାନାରେ ରଖାଯାଇଛି ପ୍ରଶ୍ନପତ୍ର। ମୋଟ୍‌ ୫ ଲକ୍ଷ ୭୬ ହାଜର ୨୨୩ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ସକାଳ ସାଢ଼େ ୮ ଟା ବେଳେ ନୋଡାଲ ସେଣ୍ଟରରୁ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରଗୁଡ଼ିକରେ ପହଞ୍ଚିବ। କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରତିଦିନ ସମସ୍ତ ପରୀକ୍ଷା କେନ୍ଦ୍ରକୁ ସାନିଟାଇଜ୍‌ କରାଯାଇଛି। ସାମାଜିକ ଦୂରତା ଓ ମାସ୍କ ପରିଧାନ ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରତିଟି ଶ୍ରେଣୀରେ ଅତି ବେଶୀରେ ୨୪ ଜଣ ଛାତ୍ରଛାତ୍ରୀ ବସି ପରୀକ୍ଷା ଦେବେ ବୋଲି ବୋର୍ଡ ସଭାପତି କହିଛନ୍ତି।

କପି ରୋକିବା ପାଇଁ ମୋଟ୍‌ ୭୨ଟି ସ୍କ୍ୱାର୍ଡ ଗଠନ କରାଯାଇଥିବା ବେଳେ ୪୦ଟି ସେଣ୍ଟ୍ରାଲ ସ୍କ୍ୱାର୍ଡ କରାଯାଇଛି। ଏହା ବ୍ୟତୀତ ଜିଲ୍ଲା ପ୍ରଶାସନ ମଧ୍ୟ ପରୀକ୍ଷା ପରିଚାଳନା ପାଇଁ ବ୍ୟବସ୍ଥା କରିଛି। ପରୀକ୍ଷା କେନ୍ଦ୍ର ଗୁଡିକୁ ମୋବାଇଲ ମନା ହୋଇଛି। ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେଣ୍ଟମାନେ ପରୀକ୍ଷା ହଲକୁ ଯିବା ପୂର୍ବରୁ ନିଜ ମୋବାଇଲକୁ ଲକରରେ ରଖି କରି ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ବୋର୍ଡ଼ କର୍ତ୍ତୃପକ୍ଷ। ସେପଟେ ପ୍ରଥମ ଥର ପାଇଁ ଏହି ସମ୍ମେଟିଭ ପରୀକ୍ଷାକୁ ନେଇ ଉତ୍ସାହିତ ଅଛନ୍ତି ପରୀକ୍ଷାର୍ଥୀ। ଆଜି ସୁଦ୍ଧା ସମସ୍ତ ପରୀକ୍ଷାର୍ଥୀ ନିଜନିଜ ସ୍କୁଲକୁ ଆସି ଆଡ୍‌ମିଟ୍‌ କାର୍ଡ ସଂଗ୍ରହ କରିଛନ୍ତି।

Leave A Reply

Your email address will not be published.