ବିମାନବନ୍ଦରରେ ଆର୍‌ଟିପିସିଆର୍‌ ଟେଷ୍ଟ୍‌ ବାଧ୍ୟତାମୂଳକ

ଭୁବନେଶ୍ବର,୬।୧: ଦିନକୁ ଦିନ କାୟା ମେଲାଉଛି କରୋନା। ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ବର ଏୟାରପୋର୍ଟ ପାଇଁ ବିଏମ୍‌ସି ଗାଇଡଲାଇନ ଜାରି କରିଛି। ଭୁବନେଶ୍ବରକୁ ଆସୁଥିବା ସବୁ ଯାତ୍ରୀଙ୍କ ଆର୍‌ଟିପିସିଆର୍‌ ଟେଷ୍ଟ ପାଇଁ ନିର୍ଦେଶ ଦେଇଛନ୍ତି। ଡବଲ ଡୋଜ ଟିକା  କିମ୍ବା କୋଭିଡ ନେଗେଟିଭ ରିପୋର୍ଟ ଥିଲେ ମଧ୍ୟ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଟେଷ୍ଟ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଯାତ୍ରୀ ହୋମ ଆଇସୋଲେସନ୍‌ରେ ରହିବେ। ଯଦି ରିପୋର୍ଟ ପଜିଟିଭ୍‌ ଆସେ ତେବେ ପବର୍ତ୍ତି ପଦକ୍ଷେପ ଗ୍ରହଣ କରାଯିବ।

Comments are closed.