ଅନିର୍ଦ୍ଦିଷ୍ଟ କାଳ ପାଇଁ ମାର୍କେଟ ବିଲ୍ଡିଂ ବନ୍ଦ

ଭୁବନେଶ୍ବର,୬।୧: ଅନିର୍ଦ୍ଦିଷ୍ଟ କାଳ ପାଇଁ  ଭୁବେଶ୍ବର ମାର୍କେଟ ବିଲଡିଂ ବନ୍ଦ ରହିବ। ଏ ନେଇ ୟୁନିଟ-୨ ମାର୍କେଟ ବିଲଡିଂ ବ୍ୟବସାୟୀ ସଂଘ ସଭାପତି ପ୍ରଦ୍ୟୁମ୍ନ କୁମାର ଜେନା ସୂଚନା ଦେଉଛନ୍ତି। ବିଏମସି ଓ ମାର୍କେଟ ବିଲଡିଂ ବ୍ୟବସାୟୀ ସଂଘ ମଧ୍ୟରେ ବସିଥିବା ବୈଠକରେ କୌଣସି ନିର୍ଯ୍ୟାସ ବାହାରି ପାରିନାହିଁ ବୋଲି ସେ କହିଛନ୍ତି। ଉଠା ଦୋକାନୀ ଉଚ୍ଛେଦ ନ ହେବା ପର୍ଯ୍ୟନ୍ତ ମାର୍କେଟ ବିଲଡିଂ ଖୋଲା ଯିବନି। ଏଥିସହ ଶୁକ୍ରବାର ବିଏମସି କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଜଣେ ଉଠାଦୋକାନୀ ମାର୍କେଟ ବିଲଡିଂରେ ଥିବା ଜଣେ ଦୋକାନୀଙ୍କୁ ଧମକ ଚମକ ଦେଇଥିଲେ। ଏହାକୁ ନେଇ ମାର୍କେଟ ବିଲଡିଂ ପରିସରରେ ଉତ୍ତେଜନା ଦେଖା ଦେଇଥିଲା। ପ୍ରତିବାଦରେ ସେଣ୍ଟ୍ରାଲ ମାର୍କେଟ ଆସୋସିଏନ ପକ୍ଷରୁ ମାର୍କେଟ ବିଲଡିଂରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଥିଲା। 

Comments are closed.